ଟ୍ରମ୍ପଙ୍କ ଶୁଳ୍କ ମାଡ଼, ପ୍ରଭାବିତ ହେବ ଭାରତର ୪୮୨୦ କୋଟି ଡଲାରର ରପ୍ତାନି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଘୋଷଣା କରିଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଶର ପ୍ରାୟ ୪୮୨୦ କୋଟି ଡଲାରର ରପ୍ତାନି ଉପରେ ପଡ଼ିବ। ୨୦୨୪ର ବାଣିଜ୍ୟ ମୂଲ୍ୟ ହିସାବରେ ଏହି ଆକଳନ କରାଯାଇଛି ବୋଲି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି। 

New Project (1)

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଘୋଷଣା କରିଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଶର ପ୍ରାୟ ୪୮୨୦ କୋଟି ଡଲାରର ରପ୍ତାନି ଉପରେ ପଡ଼ିବ। ୨୦୨୪ର ବାଣିଜ୍ୟ ମୂଲ୍ୟ ହିସାବରେ ଏହି ଆକଳନ କରାଯାଇଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି। 

ଅଗଷ୍ଟ ୬ରେ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି। ରୁଷ୍‌ଠାରୁ ଭାରତ ତେଲ କିଣା ଜାରି ରଖିଥିବାରୁ ସେ ଏଭଳି ଘୋଷଣା କରିଛନ୍ତି। ତାହା ପୂର୍ବରୁ ସେ ଯେଉଁ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ ତାହା ଚଳିତମାସ ୭ ତାରିଖରୁ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଯଦି ଟ୍ରମ୍ପ ଅଗଷ୍ଟ ୬ରେ ଘୋଷଣା କରିଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର ନକରନ୍ତି ତା’ହେଲେ ଅଳ୍ପ କେତେକ ସାମଗ୍ରୀକୁ ବାଦ୍‌ ଦେଲେ ଅଗଷ୍ଟ ୨୭ରୁ ଭାରତର ରପ୍ତାନି ଉପରେ ଆମେରିକାରେ ୫୦ ପ୍ରତିଶତ ଶୁଳ୍କ ଲାଗିବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ କହିଛନ୍ତି ଯେ, ଦେଶର ଜାତୀୟ ସ୍ବାର୍ଥ ଏବଂ କୃଷକ, ଶ୍ରମିକ, ଉଦ୍ୟୋଗୀ ଓ ରପ୍ତାନିକାରୀ ଆଦିଙ୍କ ମଙ୍ଗଳକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି। ଟ୍ରମ୍ପଙ୍କ ଶୁଳ୍କ ଲାଗୁର ପ୍ରଭାବକୁ କମ୍‌ କରିବା ପାଇଁ ସରକାର ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। 

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ‌ଟ୍ରମ୍ପଙ୍କ ଚଢ଼ା ଶୁଳ୍କ ପଦକ୍ଷେପକୁ ଭାରତ ପକ୍ଷରୁ ସମାଲୋଚନା କରାଯାଇଛି। ଏହାକୁ ଅନୁଚିତ ଓ ଅ‌‌‌‌ଯୌକ୍ତିକ ବୋଲି ଦର୍ଶାଯାଇଛି। କାରଣ ରୁଷ୍‌ରୁ ତେଲ କିଣୁଥିବା ଅନ୍ୟ ଦେଶଗୁଡ଼ିକ ତାଲିକାରେ ୟୁରୋପୀୟ ସଂଘ, ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ସଂପର୍କରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ଚଳିତମାସ ୨୫ ତାରିଖରେ ନୂଆଦିଲ୍ଲୀରେ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତାହାକୁ ବାତିଲ କରାଯାଇଛି। ନୂଆ ତାରିଖ ମଧ୍ୟ ଧାର୍ଯ୍ୟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe