ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ଶିବାଙ୍ଗୀ

ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ଶିବାଙ୍ଗୀ

India Today

କୋଚି: ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ହୋଇଛନ୍ତି ଶିବାଙ୍ଗୀ। ସବ୍‌ ଲେଫ୍ଟନାଣ୍ଟ ଶିବାଙ୍ଗୀ ବିହାରର ମୁଜାଫରପୁରରେ ଜନ୍ମ ହୋଇଛନ୍ତି। ପ୍ରାରମ୍ଭିକ ତାଲିମ ପରେ ସେ ୨୦୧୮ରେ ନୌସେନାରେ ପ୍ରବେଶ କରିଥିଲେ। ତେବେ ଶିବାଙ୍ଗୀ ଆଜି କୋଚି ନୌସେନା ଘାଟିର ଅପ‌ରେସନାଲ୍‌ ଡ୍ୟୁଟିରେ ଯୋଗ ଦେଇଛନ୍ତି। ସେ ନୌସେନାର ଗୁଇନ୍ଦା ବିମାନ ଉଡ଼ାଇବେ। ଅନେକ ଦିନ ଧରି ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ପୂରଣ ହୋଇଥିବାରୁ ଶିବାଙ୍ଗୀ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ମହିଳାମାନେ ନୌସେନାରେ ଥିଲେ। କିନ୍ତୁ ଏଯାବତ୍‌ କକ୍‌ପିଟ୍‌‌ରେ କେହି ନଥିଲେ। ପ୍ରଥମ ଥର ପାଇଁ ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଖୁବ୍‌ ଖୁସି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟରେ ଭାରତୀୟ ବାୟୁ ସେନାର ୱିଙ୍ଗ୍‌ କମାଣ୍ଡର ଏସ୍‌ ଧାମୀ ଦେଶର ପ୍ରଥମ ମହିଳା ଅଧିକାରୀ ଭାବେ ଫ୍ଲାଇଟ୍‌ କମାଣ୍ଡର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe