ଜବତ ହେଲା ଭାରତର ପ୍ରଥମ ବିଟ୍‌କଏନ୍‌ ଏଟିଏମ୍‌; ସହ-ସଂସ୍ଥାପକ ଗିରଫ

Advertisment
ଜବତ ହେଲା ଭାରତର ପ୍ରଥମ ବିଟ୍‌କଏନ୍‌ ଏଟିଏମ୍‌; ସହ-ସଂସ୍ଥାପକ ଗିରଫ

ବେଙ୍ଗାଲୁରୁ: ଭାରତ ପ୍ରଥମ ବିଟ୍‌କଏନ୍‌ ଏଟିଏମ୍‌ କିଓସ୍କ ଖୋଲିଥିବା ଜଣେ ୩୭ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଛି। ବିନା ମଞ୍ଜୁରିରେ ଖୋଲା ଯାଇଥିବାରୁ ତାହା ବେଆଇନ୍‌ ବୋଲି ପୁଲିସ କହିଛି।

ପୁରୁଣା ବିମାନ ବନ୍ଦର ଠାରେ ଥିବା କେମ୍ପ୍‌ ଫୋର୍ଟ ମଲ୍‌ରେ ସେ କିଓସ୍କଟିକୁ ଚଳାଉଥିଲେ ଟୁମାକୁରୁବାସୀ ହରିଶ ବିଭି। ସେ ମଧ୍ୟ ରାଜାଜୀନଗର ଠାରେ ଥିବା ୟୁନିକଏନ୍‌ ଟେକ୍ନୋଲଜିର ସହ-ସଂସ୍ଥାପକ। ଏହି କିଓସ୍କରେ ‘କ୍ରିପ୍‌ଟୋକରେନ୍‌ସି’ ବା ଅଦୃଶ୍ୟ ମୁଦ୍ରା କାରବାର ହେଉଥିଲା। କେନ୍ଦ୍ରୀୟ ଅପରାଧ ଶାଖାର ଗୁଇନ୍ଦାମାନେ ଗୋଟିଏ ଟେଲର୍‌ ମେସିନ୍‌, ଦୁଇଟି ଲାପ୍‌ଟପ୍‌, ଗୋଟିଏ ମୋବାଇଲ୍‌, ତିନିଟ କ୍ରେଡିଟ୍‌ କାର୍ଡ, ପାଞ୍ଚଟି ଡେବିଟ୍‌ କାର୍ଡ, ଗୋଟିଏ ପାସ୍‌ପୋର୍ଟ, ୟୁନିକଏନ୍‌ କମ୍ପାନିର ପାଞ୍ଚଟି ମୋହର, ଗୋଟିଏ କ୍ରିପ୍ଟୋକରେନ୍‌ସି ଉପକରଣ ଏବଂ ୧. ୮ ଲକ୍ଷ ନଗଦ ଟଙ୍କା ଜବତ କରିଛନ୍ତି। ହରିଶଙ୍କୁ ଆଇଏସିଏମ୍‌ଏମ୍‌ ଅଦାଲତରେ ହାଜର କରାଯିବା ପରେ ସାତ ଦିନ ସକାଶ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଏ ମାମଲାରେ ଅଧିକ ଲୋକଙ୍କୁ ଗିରଫ କରାଯାଇ ପାରେ ବୋଲି ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ସେ କିଓସ୍କଟି ଥିଲା ବିଟ୍‌କଏନ୍‌ କ୍ରେତା ଓ ବିକ୍ରେତାଙ୍କ ପ୍ଲାଟ୍‌ଫର୍ମ। ଅଭିଯୁକ୍ତ ଦାବି କରିଛନ୍ତି ଯେ ସେ ଗତ ୬ ମାସ ହେବ କିଓସ୍କଟି ଚଳାଉ ଥିଲେ। ଆମେ ଭାବୁଛୁ ସେ ଆମକୁ ବିଭ୍ରାନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe