ଭାରତର ପ୍ରଥମ ଏମ୍‌-ଆର୍‌ଏନ୍‌ଏ ଟିକାକୁ ବ୍ୟବହାର ଅନୁମତି

Advertisment

ଜେନୋଭା ବାୟୋଫାର୍ମା ମାସକୁ ୫୦ ଲକ୍ଷ ଡୋଜ୍ ଉତ୍ପାଦନ କରିବ

ଜେନୋଭା ବାୟୋଫାର୍ମା ମାସକୁ ୫୦ ଲକ୍ଷ ଡୋଜ୍ ଉତ୍ପାଦନ କରିବ

ଭାରତର ପ୍ରଥମ ଏମ୍‌-ଆର୍‌ଏନ୍‌ଏ ଟିକାକୁ ବ୍ୟବହାର ଅନୁମତି

The Indian Express

ପୁନେ: ଭାରତର ଔଷଧ ମହାନିୟାମକ (ଡିସିଜିଆଇ) ଜେନୋଭା ବାୟୋଫାର୍ମା ଦ୍ବାରା ନିର୍ମିତ ଭାରତର ପ୍ରଥମ ସ୍ବଦେଶୀ ଏମ୍-ଆର୍‌ଏନ୍‌ଏ କୋଭିଡ୍ ଟିକାକୁ ବୟସ୍କଙ୍କଠାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି। ଅନୁମତି ପାଇଲା ପରେ ପୁଣେର ଔଷଧ କମ୍ପାନି ମାସକୁ ପାଖାପାଖି ୪୦-୫୦ ଲକ୍ଷ ଡୋଜ୍ ଟିକା ଉତ୍ପାଦନ କରିବ ବୋଲି ଲକ୍ଷ୍ୟ ରଖିଛି। ମହାମାରୀକୁ ପ୍ରତିହତ କରିବା ପାଇଁ ଅନ୍ୟ ଗରିବ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟିକା ଯୋଗାଇବ ବୋଲି କମ୍ପାନି କହିଛି। ଜେନୋଭା ବାୟୋଫାର୍ମା ଦ୍ବାରା ନିର୍ମିତ ଏହି ଟିକାର ନାମ ହେଉଛି ଜେମ୍‌କୋଭାକ୍-୧୯, ଯାହା ଭାରତରେ ବିକଶିତ ପ୍ରଥମ ଏମ୍-ଆର୍‌ଏନ୍‌ଏ ଟିକା ଏବଂ ସାରା ବିଶ୍ବରେ କୋଭିଡ୍-୧୯ ପାଇଁ ଅନୁମୋଦିତ ତୃତୀୟ ଏମ୍-ଆର୍‌ଏନ୍‌ଏ ଟିକା। ଏହି ଟିକାର ଦୁଇଟି ଡୋଜ୍ ନେବାକୁ ହେବ।

ଏହା ୨ରୁ ୮ ଡିଗ୍ରି ତାପମାତ୍ରାରେ ସୁରକ୍ଷିତ ରହିପାରିବ। ସାଇଟୋପ୍ଲାଜ୍‌ମ କୋଷରେ ପ୍ରୋଟିନ୍‌ର ସଂରଚନା ଧାରଣ କରିବା କ୍ଷମତା ରହିଥିବାରୁ ଏହି ଟିକା ଅଧିକ ଫଳପ୍ରଦ। ଏହା ମଧ୍ୟ ଅତ୍ୟନ୍ତ ନିରାପଦ। ଏହି ଟିକାରେ ଏମିତି ବ୍ୟବସ୍ଥା ରହିଛି ଯେ ଯଦି ଭୂତାଣୁଙ୍କର କୌଣସି ନୂଆ ଭାରିଆଣ୍ଟ ଦେଖାଦିଅନ୍ତି ତେବେ ବି ଏହା ଉପଯୋଗୀ ହୋଇପାରିବ। ଜେମ୍‌କୋଭାକ୍-୧୯ର ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ପରୀକ୍ଷା ଶେଷ ହୋଇଛି। ଏହାର କ୍ଳିନିକାଲ ତଥ୍ୟର ପରୀକ୍ଷା-ନିରୀକ୍ଷା କରି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା (ସିଡିଏସ୍‌ସିଓ) ଏହା ନିରାପଦ, ଫଳପ୍ରଦ, ଶରୀର ଦ୍ବାରା ସହନଶୀଳ ଏବଂ ରୋଗନିରୋଧକ କ୍ଷମତା ବୃଦ୍ଧିକାରୀ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe