ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ, ୟୁଏଇରେ ଚିହ୍ନଟ ହେବା ପରେ କେରଳ ଫେରିଥିଲେ

Advertisment
ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ, ୟୁଏଇରେ ଚିହ୍ନଟ ହେବା ପରେ କେରଳ ଫେରିଥିଲେ

Euronews

ତ୍ରିସୁର : ନିକଟରେ ସଂଯୁକ୍ତ ଆରବ ରାଷ୍ଟ୍ରରୁ ଫେରିଥିବା କେରଳର ୨୨ ବର୍ଷୀୟ ମଙ୍କିପକ୍ସ ଆକ୍ରାନ୍ତଙ୍କର ଶନିବାର ତ୍ରିସୁରରେ ମୃତ୍ୟୁ ହୋଇଯାଇଛି। ସ୍ବାସ୍ଥ୍ୟ ଅଧିକାରୀମାନେ ତାଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଆଲାପୁଝାସ୍ଥିତ ଜାତୀୟ ଭୂତାଣୁବିଜ୍ଞାନ ପ୍ରତିଷ୍ଠାନକୁ ପଠାଇଛନ୍ତି। ତେବେ ଏହି ଯୁବକଙ୍କ ନମୁନା ପୂର୍ବରୁ ୟୁଏଇରେ ପରୀକ୍ଷା ହୋଇଥିଲା ଏବଂ ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିବା ରିପୋର୍ଟ ଆଜି ଆସିଛି। ମୃତ ଶରୀରକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ପ୍ରୋଟୋକଲ ଅନୁସାରେ ଦାହ କରିବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏହି ରୋଗୀଠାରେ ମଙ୍କିପକ୍ସର ସମସ୍ତ ଲକ୍ଷଣ ଦେଖିବାକୁ ମିଳୁଥିଲା। ସେ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ କୌଣସି ନାଲି ଦାଗ ବା ଫୋଟକା ନ ଥିଲା। କିନ୍ତୁ ପରେ ସେସବୁ ଲକ୍ଷଣ ପ୍ରକାଶ ପାଇଥିଲା। ସେ ଅତ୍ୟଧିକ ରୋଗପ୍ରବଣ ଆରବ ରାଷ୍ଟ୍ରରୁ ଆସିଥିବାରୁ ତାଙ୍କୁ ସଂଗରୋଧରେ ରଖାଯାଇଥିଲା। ତେବେ ତାଙ୍କୁ ଯକ୍ଷ୍ମା ହୋଇଥିବା ପ୍ରଥମେ ସନ୍ଦେହ କରାଯାଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ ତିନିଦିନ ତଳେ ଯୁବକ ଜଣକ ୟୁଏଇରୁ ଫେରିବା ପରେ ପ୍ରବଳ ଜ୍ବର ହୋଇଥିଲା। ପରେ ତାଙ୍କ ଶରୀରରେ ମଙ୍କିପକ୍ସ ପରି ଫୋଟକାମାନ ଦେଖିବାକୁ ମିଳିଥିଲା। ଏ ପର୍ଯ୍ୟନ୍ତ ବିଶ୍ବରେ ମଙ୍କିପକ୍ସରେ ମୋଟ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe