ଇଏମ୍‌ଏମ୍‌ ନେଗେଟିଭ୍: ଗୁଜରାଟରେ ଭାରତର ପ୍ରଥମ ଓ ବିଶ୍ବର ଦଶମ ବ୍ୟକ୍ତିଠାରେ ବିରଳ ରକ୍ତ ଗ୍ରୁପ୍ ଚିହ୍ନଟ

Advertisment
ଇଏମ୍‌ଏମ୍‌ ନେଗେଟିଭ୍: ଗୁଜରାଟରେ ଭାରତର ପ୍ରଥମ ଓ ବିଶ୍ବର ଦଶମ ବ୍ୟକ୍ତିଠାରେ ବିରଳ ରକ୍ତ ଗ୍ରୁପ୍ ଚିହ୍ନଟ

Boldsky.com

ସୁରତ : ହୃଦ୍‌ରୋଗରେ ପୀଡ଼ିତ ଗୁଜରାଟର ଜଣେ ବ୍ୟକ୍ତିଠାରେ ବିରଳ ଇଏମ୍‌ଏମ୍‌ ନେଗେଟିଭ୍ ରକ୍ତଗ୍ରୁପ୍‌ ଥିବା ଜଣାପଡ଼ିଛି, ଯେଉଁ ରକ୍ତକୁ ଅନ୍ୟ ଚାରିଟି ଗ୍ରୁପ୍ ଏ, ବି, ଓ ଅଥବା ଏବି ଭାବେ ବର୍ଗୀକୃତ କରାଯାଇ ପାରେ ନାହିଁ। ମଣିଷ ଶରୀରରେ ଏ, ବି, ଓ, ଆର୍‌ଏଚ୍ ଓ ଡଫି ପ୍ରଭୃତି ୪୨ ପ୍ରକାର ରକ୍ତ ବ୍ୟବସ୍ଥା ରହିଛି। ସାଧାରଣତଃ ଚାରି ପ୍ରକାର ରକ୍ତ ଗ୍ରୁପ୍ ଅଛି ବୋଲି ଆମେ ଜାଣୁ। ଇଏମ୍‌ଏମ୍‌ ମଧ୍ୟ ୩୭୫ ପ୍ରକାର ଆଣ୍ଟିଜେନ୍‌ରେ ବହୁଳ ମାତ୍ରାରେ ଥାଏ।

ଉକ୍ତ ୧୦ ଜଣ ବ୍ୟକ୍ତି ଅନ୍ୟ ସାଧାରଣ ମଣିଷଙ୍କଠାରୁ ଅଲଗା କାରଣ ସେମାନଙ୍କ ରକ୍ତରେ ଇଏମ୍‌ଏମ୍‌ ହାଇ-ଫ୍ରିକ୍ବେନ୍ସି ଆଣ୍ଟିଜେନ୍ ନ ଥାଏ। ଏହି ବିରଳ ରକ୍ତ ଥିବା ଲୋକମାନେ କାହାକୁ ରକ୍ତ ଦେଇପାରନ୍ତି ନାହିଁ କିମ୍ବା କାହାଠାରୁ ରକ୍ତ ନେଇପାରନ୍ତି ନାହିଁ। ଏହା ପୂର୍ବରୁ ପୃଥିବୀର ୯ ଜଣ ଲୋକଙ୍କଠାରେ ଏହି ରକ୍ତ ଥିବାର ଜଣା ଥିଲା। ଏବେ ଗୁଜରାଟ ରାଜକୋଟର ୬୫ ବର୍ଷୀୟ ବ୍ୟକ୍ତି ସେମାନଙ୍କ ମଧ୍ୟରେ ସାମିଲ ହେବା ଫଳରେ ମୋଟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସମସ୍ୟା ହେଉଛି ରାଜକୋଟର ଏହି ୬୫ ବର୍ଷୀୟ ବ୍ୟକ୍ତି ତାଙ୍କ ହାର୍ଟ ଅପରେସନ କଲାବେଳକୁ ରକ୍ତ ପାଇବେ କେଉଁଠୁ। କାରଣ ଭାରତରେ ଏପରି କେହି ନାହାନ୍ତି ଯିଏ କି ତାଙ୍କୁ ରକ୍ତ ଦେଇପାରିବେ ବୋଲି ସୁରତ ସମର୍ପଣ ରକ୍ତଦାନ କେନ୍ଦ୍ରର ଡାକ୍ତର ସନ୍ମୁଖ ଜୋଷୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe