ଶିଳ୍ପପତି କିମ୍ବା ଚଳଚ୍ଚିତ୍ର ତାରକା ନୁହନ୍ତି, ଏହି ରାଜନେତା କିଣିଲେ ଭାରତର ପ୍ରଥମ ଟେସଲା କାର୍

ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଭାରତରେ ନିଜର ପ୍ରଥମ ଗ୍ରାହକ ପାଇଛି । ପ୍ରଥମ ଗ୍ରାହକ କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀ ଅଥବା ଚଳଚ୍ଚିତ୍ର ତାରକା ନୁହନ୍ତି ଜଣେ ରାଜନେତା ହୋଇଛନ୍ତି ।

G0D7bJqW8AAKfaD

ମୁମ୍ବାଇ : ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଭାରତରେ ନିଜର ପ୍ରଥମ ଗ୍ରାହକ ପାଇଛି । ପ୍ରଥମ ଗ୍ରାହକ କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀ ଅଥବା ଚଳଚ୍ଚିତ୍ର ତାରକା ନୁହନ୍ତି ଜଣେ ରାଜନେତା ହୋଇଛନ୍ତି ।

ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅବସ୍ଥିତ ଟେସଲା ଏକ୍ସପେରିଏନ୍ସ ସେଣ୍ଟରରୁ ଏହାର ମଡେଲ୍ ‘ଓ୍ବାଇ’ ଇଲେକ୍ଟ୍ରିକ୍ କାରର ପ୍ରଥମ ଡେଲିଭରି ହୋଇଛି। ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ଭାରତରେ ଏହି କାରର ପ୍ରଥମ ଗ୍ରାହକ ହୋଇଛନ୍ତି। ତାଙ୍କୁ ଦେଶର ଟେସଲାର ପ୍ରଥମ ସରକାରୀ ଗ୍ରାହକ ବୋଲି କୁହାଯାଉଥିଲା। ମନ୍ତ୍ରୀ ସରନାୟକ କହିଛନ୍ତି ଯେ ଟେସଲା ଭାରତରେ ଆସିବା ପରେ ସେ ଏହି କାର ବୁକ୍ କରିଥିଲେ। ଟେସଲାର ଏହି ପ୍ରଥମ ରିଟେଲ ଏଣ୍ଡ ଏକ୍ସପେରିଏନ୍ସ ସେଣ୍ଟର ମୁମ୍ବାଇରେ ଖୋଲାଯାଇଛି, ଯେତେବେଳେ କି ଏହାର ଦ୍ୱିତୀୟ ଶାଖା ଦିଲ୍ଲୀର ଏରୋସିଟିରେ ଆରମ୍ଭ ହୋଇଛି।

ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ କହିଛନ୍ତି “ଏହି କ୍ରୟ କେବଳ ଏକ ବ୍ୟକ୍ତିଗତ ପଦକ୍ଷେପ ନୁହେଁ ବରଂ ମହାରାଷ୍ଟ୍ରର ସବୁଜ ମହତ୍ତ୍ୱାକାଂକ୍ଷାର ପ୍ରତୀକ। ମୁଁ ଏହି କାରଟି ମୋ ନାତିକୁ ଉପହାର ଦେବି, ଯାହା ଦ୍ଵାରା ସେ ଛୋଟ ବୟସରୁ ପରିବେଶ ଅନୁକୂଳ ପରିବହନର ଗୁରୁତ୍ୱ ବୁଝିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe