Image Courtesy of Zee News
ନୂଆଦିଲ୍ଲୀ: ଗତ ୮ ବର୍ଷରେ ଭାରତର ଅରଣ୍ୟାଞ୍ଚଳ ୨୦ ହଜାର ବର୍ଗକିଲୋମିଟର୍ ବୃଦ୍ଧି ପାଇଛି ବୋଲି ଆଜି ‘ବିଶ୍ବ ପରିବେଶ ଦିବସ ୨୦୨୨’ ଉପଲକ୍ଷେ ଆୟୋଜିତ ‘ମୃତ୍ତିକା ବଞ୍ଚାଅ ଆନ୍ଦୋଳନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି।
‘ଈଶା ଫାଉଣ୍ଡେସନ୍’ର ସଂସ୍ଥାପକ ସଦ୍ଗୁରୁଙ୍କ ସହ ଡାଏସ୍ରେ ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ କହିଲେ, ନିର୍ଦ୍ଧାରିତ ଲକ୍ଷ୍ୟର ୫ ମାସ ଆଗରୁ ଭାରତ ପେଟ୍ରୋଲ୍ରେ ୧୦% ଇଥାନଲ୍ ମିଶ୍ରଣ ହାସଲ କରିପାରିଛି।
ନଷ୍ଟ ହେଉଥିବା ମୃତ୍ତିକା ଏବଂ ତାହାକୁ ସୁଧାରିବା ପାଇଁ ଜନସଚେତନତା ବୃଦ୍ଧି ନମନ୍ତେ ‘ମୃତ୍ତିକା ବଞ୍ଚାଅ ଆନ୍ଦୋଳନ’ ହେଉଛି ଗୋଟାଏ ବୈଶ୍ବିକ ଆନ୍ଦୋଳନ। ୨୭ ଦେଶ ମଧ୍ୟ ଦେଇ ୧୦୦ ଦିନିଆ ମୋଟର୍ସାଇକେଲ୍ ଯାତ୍ରା କରିଥିବା ସଦ୍ଗୁରୁ ମାର୍ଚ ୨୦୨୨ରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ।
Image Courtesy of The Weather Channelଆଜି ପ୍ରଧାନମନ୍ତ୍ରୀ ବୈଶ୍ବିକ ଉପକ୍ରମ ‘ଲାଇଫ୍ଷ୍ଟାଇଲ୍ ଫର୍ ଦି ଏନ୍ଭାରୋନ୍ମେଣ୍ଟ୍ ମୋଭ୍ମେଣ୍ଟ୍’ର ମଧ୍ୟ ଶୁଭାରମ୍ଭ କରିବେ। ଏଥିପାଇଁ ସନ୍ଧ୍ୟା ୬ଟାରେ ନିର୍ଦ୍ଧାରଣ କରାଯାଇଥିବା ଭିଡିଓ କନ୍ଫରେନ୍ସିଙ୍ଗ୍ କାର୍ଯ୍ୟକ୍ରମେରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ବୋଧନ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ବିବୃତିରେ ଉଲ୍ଲେଖ ଅଛି।
ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏହି କାର୍ଯ୍ୟକ୍ରମରେ ‘ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ୍ ଫାଉଣ୍ଡେସନ୍’ର ସହ-ଅଧ୍ୟକ୍ଷ ବିଲ୍ ଗେଟ୍ସ୍, ‘କ୍ଲାଇମେଟ୍ ଇକୋନମିଷ୍ଟ୍’ ଲର୍ଡ ନିକୋଲାସ୍ ଷ୍ଟର୍ଣ୍ଣ, ‘ନଜ୍ ଥିଓରି’ର ଲେଖକ ପ୍ରଫେସର୍ କାସ୍ ସନ୍ଷ୍ଟେନ୍, ‘ୱାର୍ଲଡ୍ ରିସୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍’ର ଅଧ୍ୟକ୍ଷ ଅନିରୁଦ୍ଧ ଦାସଗୁପ୍ତ, ‘ୟୁଏନ୍ଇପି’ର ବୈଶ୍ବିକ ମୁଖ୍ୟ ଆଇଙ୍ଗର୍ ଆଣ୍ଡର୍ସନ୍, ‘ୟୁଏନ୍ଡିପି’ର ବୈଶ୍ବିକ ମୁଖ୍ୟ ଏଚିମ୍ ଷ୍ଟେନର୍ ଏବଂ ବିଶ୍ବ ବ୍ୟାଙ୍କ୍ର ଅଧ୍ୟକ୍ଷ ଡେଭିସ୍ ମାଲ୍ପାସ୍ ମଧ୍ୟ ଯୋଗ ଦେବେ।
Follow Us