Advertisment

ଟ୍ରମ୍ପ କହିଥିଲେ ମୃତ ଅର୍ଥନୀତି, ଭୁଲ ପ୍ରମାଣିତ କଲା ଜିଡିପି ତଥ୍ୟ

Advertisment

ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି କହି ଏହାକୁ କମ୍ ଆକଳନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ତଥ୍ୟ ତାଙ୍କ ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି। ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ।

gdp

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଭାରତର ଅର୍ଥନୀତିକୁ 'ମୃତ ଅର୍ଥନୀତି' ବୋଲି କହି ଏହାକୁ କମ୍ ଆକଳନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି ଜାରି ହୋଇଥିବା ତଥ୍ୟ ତାଙ୍କ ବକ୍ତବ୍ୟକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି। ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ବଜାୟ ରଖିଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଜାରି ତଥ୍ୟ  ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷ (ଏପ୍ରିଲ-ଜୁନ୍ ୨୦୨୫)ର ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ୭.୮ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇଛି। ଏହା ଗତ ପାଞ୍ଚ ତ୍ରୈମାସିକରେ ସର୍ବୋଚ୍ଚ ସ୍ତର ଏବଂ ବିଶେଷଜ୍ଞଙ୍କ ଆକଳନଠାରୁ ବି ଅଧିକ ରହିଛି। ପୂର୍ବରୁ, ୨୦୨୫ର ଶେଷ ତ୍ରୈମାସିକରେ ଡିଜିପି ୭.୪ ପ୍ରତିଶତ ଏବଂ ଗତ ବର୍ଷ ସମାନ ତ୍ରୈମାସିକରେ ୬.୭ ପ୍ରତିଶତ ଥିଲା।

ଜିଡିପି ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାରତୀୟ ଅର୍ଥନୀତି ନିରନ୍ତର ମଜବୁତ ହେଉଛି ଏବଂ ବୈଶ୍ବିକ ଚ୍ୟାଲେଞ୍ଜ ମଧ୍ୟରେ ମଧ୍ୟ ସ୍ଥିରତା ପ୍ରଦର୍ଶନ କରୁଛି। ପୁଣି ଏହି ଅଭିବୃଦ୍ଧି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ଭାରତରୁ ଆମଦାନୀ ଉପରେ ଶୁଳ୍କ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe