ନିରନ୍ତର ବିକାଶ ଲକ୍ଷ୍ୟ, ଭାରତ ୨ଟି ସ୍ଥାନ ତଳକୁ ଖସିଲା

Advertisment
ନିରନ୍ତର ବିକାଶ ଲକ୍ଷ୍ୟ, ଭାରତ ୨ଟି ସ୍ଥାନ ତଳକୁ ଖସିଲା

Current Affairs - Adda247

ନୂଆଦିଲ୍ଲୀ: ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଦ୍ବାରା ୨୦୩୦-କାର୍ଯ୍ୟସୂଚୀର ଅଂଶବିଶେଷ ୨୦୧୫ ମସିହାରେ ଗୃହୀତ ୧୭ ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି) ହାସଲ କରିବାରେ ଭାରତ ଗତବର୍ଷ ତୁଳନାରେ ଦୁଇ ସ୍ଥାନ ତଳକୁ ଖସି ଆସି ଚଳିତବର୍ଷ ୧୧୭ ତମ ସ୍ଥାନରେ ରହିଛି। ବିଶେଷ କରି ଅନାହାର ଦୂର ସହ ଖାଦ୍ୟ ସୁରକ୍ଷା(ଏସ୍‌ଡିଜି-୨), ଲିଙ୍ଗବୈଷମ୍ୟ ଦୂର କରାଇବା(ଏସ୍‌ଡିଜି-୫) ଏବଂ ନବୀକରଣକୁ ଉତ୍ସାହିତ କରିବା ଦିଗରେ ଭିତ୍ତିଭୂମି ନିର୍ମାଣ ହାସଲ କରିବାରେ ଭାରତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିନଥିବାରୁ ଏପରି ତଳକୁ କଖ ଆସିଥିବା ଜଣାଯାଇଛି।

ତେବେ ପରିତାପର ବିଷୟ, ଏହି ତାଲିକାରେ ଆମ ଦେଶ ଦକ୍ଷିଣ ଏସିଆର ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ ପରି ଅନ୍ୟ ଚାରିଟି କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ରମାନଙ୍କ ତଳେ ରହିଛି। ଭାରତର ହାରାହାରି ଏସ୍‌ଡିଜି ମୂଲ୍ୟାଙ୍କନ ୬୧.୯ ପ୍ରତିଶତ ରହିଛି। ବିଭିନ୍ନ ଭାରତୀୟ ରାଜ୍ୟମାନଙ୍କ ସ୍ଥିତିକୁ ଦେଖିଲେ ଆଗାମୀ ୨୦୨୩୦ ସୁଦ୍ଧା ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ ନଥିବା ଜଣାଯାଇଛି। ଅପରପକ୍ଷେ, କେରଳ, ହିମାଚଳପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ଲକ୍ଷ୍ୟ ହାସଲ ଦିଗରେ ଯତ୍ନବାନ ଥିବା ଜଣାଯାଇଛି। ସୂଚନା ଥାଉ କି, ବିଶ୍ବସ୍ତରୀୟ ସହଭାଗିତା ଭିତ୍ତିରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନେ ଆଗାମୀ ୨୦୩୦ ସୁଦ୍ଧା ୧୭ଟି ଜରୁରୀକାଳୀନ ଏସ୍‌ଡିଜି ହାସଲ ପାଇଁ ସଂକଳ୍ପ କରିଥିଲେ। ସେଗୁଡ଼ିକ ମଧ୍ୟରେ ଦାରିଦ୍ର୍ୟ ଦୂର, ଅନାହାର ଶୂନ୍ୟତା, ଉତ୍ତମ ସ୍ବାସ୍ଥ୍ୟ ତଥା ନିରୋଗ, ଉଚ୍ଚ ଗୁଣମାନର ଶିକ୍ଷା, ଲିଙ୍ଗବୈଷମ୍ୟ ଦୂର, ସ୍ବଚ୍ଛ ଜଳ ଓ ପରିମଳ, ସହଜଲବ୍‌ଧ ସବୁଜ ଶକ୍ତି, ଉଚିତ କାର୍ଯ୍ୟ ତଥା ଆର୍ଥିକ ପ୍ରଗତି, ଉଦ୍ୟୋଗ, ନବୀକରଣ ଓ ଭିତ୍ତିଭୂମି, ବୈଷମ୍ୟ ଦୂରୀକରଣ, ଧାରଣଯୋଗ୍ୟ ସହରୀକରଣ ଓ ଯୋଗାଯୋଗ, ଦାୟିତ୍ବସଂପନ୍ନ ଉପଯୋଗ ଓ ଉତ୍ପାଦନ, ପରିବେଶ ପଦକ୍ଷେପ, ଜଳଜୀବ, ସ୍ଥଳଜୀବ, ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ଏବଂ ଲକ୍ଷ୍ୟ ହାସଲ ପାଇଁ ବିଶ୍ବ ଭାଗୀଦାରିତାକୁ ସୁଦୃଢ଼ କରିବା ଆଦି ଉପାଦାନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe