ରାଜକୋଟରେ ଗିର୍‌ ଜଙ୍ଗଲ ବୁଥ୍‌ର ଏକମାତ୍ର ଭୋଟର୍‌ଙ୍କ ଦେହାନ୍ତ

ରାଜକୋଟରେ ଗିର୍‌ ଜଙ୍ଗଲ ବୁଥ୍‌ର ଏକମାତ୍ର ଭୋଟର୍‌ଙ୍କ ଦେହାନ୍ତ

Image Source: The Times of India

ରାଜକୋଟ: ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଶୁକ୍ରବାର ଦିନ ରାଜକୋଟସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭାରତର ଏକମାତ୍ର ଏକେଲା ଭୋଟର୍‌ଙ୍କର ମୃତ୍ୟୁ ଘଟିଛି। ତାଙ୍କ ପାଇଁ ପ୍ରତି ନିର୍ବାଚନରେ ଗିର୍‌ ଜଙ୍ଗଲରେ ପୁଲିଙ୍ଗ୍‌ ବୁଥ୍‌ ବସାଯାଏ।

ସେ ଭୋଟର୍‌ ହେଉଛନ୍ତି ଶିବ ମନ୍ଦିରର ପୂଜକ ୬୮ ବର୍ଷିୟ ମହନ୍ତ ଭାରତଦାସ ବାପୁ। ଗିର୍‌ ଜଙ୍ଗଲ ଅଞ୍ଚଳର ଜୁନାଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନେଜା ଗାଁର ୩ ନମ୍ବର ବୁଥ୍‌ରେ ସେ ଥିଲେ ଜଣେ ମାତ୍ରା ପଞ୍ଜିକୃତ ଭୋଟର୍‌। କିନ୍ତୁ ତାଙ୍କ ପ୍ରକୃତ ଗାଁ ଗିର୍‌ ସୋମନାଥ ଜିଲ୍ଲା ଅନ୍ତର୍ଗତ ଉନା ବିଧାନସଭା କ୍ଷେତ୍ରରେ।

publive-image Image Source: NDTV

ଲୋକସଭା ନିର୍ବାଚନ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ଘୋଷଣା କରିବା ବେଳେ ଭାରତର ନିର୍ବାଚନ କମିସନ ଭରତଦାସଙ୍କ ନାମ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିନ୍ତି। ସେ ଗୁଜରାଟ ନିର୍ବାଚନ କମିସନ୍‌ର ଆମ୍ବାସାଡର୍‌ ଥିଲେ।

ରେକର୍ଡ ଅନୁସାରେ, ସେ ୨୦୦୭ରୁ ସମସ୍ତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଭୋଟ୍‌ ଦେଇଥିଲେ। ଏକମାତ୍ର ଭୋଟର୍‌ ଭରତଦାସଙ୍କ ପାଇଁ ପ୍ରତି ନିର୍ବାଚନରେ ସେଠାରେ ବୁଥ୍‌ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe