News Bharati
ଗୁଆହାଟୀ: ଦେଶର ଦୀର୍ଘତମ ନଦୀ ରୋପେଓ୍ଵ ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ରୋପ୍େଓ୍ଵର ଲମ୍ବ ହେଉଛି ୧.୮ କିଲୋମିଟର। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର ଦୀର୍ଘତମ ନଦୀ ରୋପୱେ। ଆସାମରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଉପରେ ନିର୍ମିତ ହୋଇଛି ୧.୮ କିଲୋମିଟର ଲମ୍ବର ଏହି ରୋପୱେ।
ଗୁଆହାଟୀର କାଚରୀ ଘାଟରୁ ଉତ୍ତର ଗୁଆହାଟୀର ଡଲ୍ ଗୋବିନ୍ଦା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି। ଏହି ରୋପ୍େଓ୍ଵରେ ଯାତ୍ରା ସମୟ ଆଠ ମିନିଟ୍ ରହିଛି। ଏହି ରୋପ୍େଓ୍ଵରେ ଏକକାଳୀନ ୩୦ ଯାତ୍ରୀ ଯାତ୍ରା କରିପାରିବେ। ତେବେ, ସଂପ୍ରତି କୋଭିଡ୍-୧୯ କଟକଣା ଓ ଗାଇଡଲାଇନ ହେତୁ କେବଳ ୧୫ ଜଣ ଯାତ୍ରୀ, ରୋପୱେ କ୍ଷମତାର ଅଧା, ବର୍ତ୍ତମାନ ପାଇଁ ଏକ ସମୟରେ ପରିବହନ କରାଯିବ ବୋଲି ଘୋଷଣା କରାଯାଇଛି।
Follow Us