ବ୍ରିଟେନକୁ ଭାରତର ବାର୍ତ୍ତା‌: ଆଶ୍ବାସନାରେ ଆମର ଆଗ୍ରହ ନାହିଁ

Advertisment
ବ୍ରିଟେନକୁ ଭାରତର ବାର୍ତ୍ତା‌: ଆଶ୍ବାସନାରେ ଆମର ଆଗ୍ରହ ନାହିଁ

REPRESENTATIONAL IMMAGE - The Better India

ନୂଆଦିଲ୍ଲୀ: ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଖଲିସ୍ତାନୀ ସମର୍ଥକଙ୍କ ହିଂସାତ୍ମକ ଆନ୍ଦୋଳନ ନେଇ ଭାରତ ନିଜ ଆଭିମୁଖ୍ୟ କଠୋର କରିଛି।। ଏହି ଆନ୍ଦୋଳନରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଭାରତର ଆତଙ୍କବାଦ ନିରୋଧ ଆଇନ ଏବଂ ଅନ୍ୟ ବ୍ୟବସ୍ଥା ଅଧୀନରେ ମାମଲା ରୁଜୁ କରିଛି। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଦ୍ବାରା ଏହି ମାମଲା ରୁଜୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଆଧାରରେ ଏହି ଏତଲା ରୁଜୁ ହୋଇଛି। ବିଦେଶ ମନ୍ତ୍ରାଳୟର ରିପୋର୍ଟ ଆଧାରରେ ‌ଗୃହ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ୟୁଏ ପିଏ (ବେଆଇନ କାର୍ଯ୍ୟ ନିବାରଣ ଆଇନ) ଅଧୀନରେ ଏହି ଏତଲା ରୁଜୁ ହୋଇଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହ‌ିଛନ୍ତି, ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ଆନ୍ଦୋଳନ ବିଷୟ ଗୁରୁତ୍ବପୂର୍ଣ୍ଣ ସଂସ୍ଥା ସହ ସେୟାର କରାଯାଇଛି। ଏଦିଗରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ‌ହେବ। ତେବେ ଭାରତୀୟ ଦୂତାବାସ ବାହାରେ ସୁରକ୍ଷା ବୃଦ୍ଧି କରାଯିବା ନେଇ ବ୍ରିଟେନ୍‌ ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେଭର୍‌ଲି କହିଥିବା ‌ବେଳେ ଉକ୍ତ ପ୍ରସଙ୍ଗରେ ବାଗ୍‌ଚି କହିଛନ୍ତି, ଆମେ କେବଳ ଆଶ୍ବାସନାରେ ଆଗ୍ରହ ରଖୁନା। ଆମେ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ପସନ୍ଦ କରିବୁ ବୋଲି ଭାରତ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe