ଦେଶରେ ହତ୍ୟାର ତୃତୀୟ ବଡ଼ କାରଣ ‌ ହେଲା ପ୍ରେମ, ୪ ରାଜ୍ୟରେ‌ ପ୍ରେମ ଏକ ନମ୍ବର ହତ୍ୟାକାରୀ

Advertisment
ଦେଶରେ ହତ୍ୟାର ତୃତୀୟ ବଡ଼ କାରଣ ‌ ହେଲା ପ୍ରେମ, ୪ ରାଜ୍ୟରେ‌ ପ୍ରେମ ଏକ ନମ୍ବର ହତ୍ୟାକାରୀ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ରାଷ୍ଟ୍ରଗୁଡ଼ିକର ତୁଳନାରେ ଭାରତରେ ବିଗତ କିଛି ବର୍ଷ ମଧ୍ୟରେ ହତ୍ୟା ଅପରାଧ କମିଛି, କିନ୍ତୁ ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ବୃଦ୍ଧି ପାଇଛି। ଦେଶରେ ହତ୍ୟାର ତୃତୀୟ ସବୁଠାରୁ ବଡ଼ କାରଣ ହେଉଛି ପ୍ରେମ। ଅର୍ଥାତ ପ୍ରେମସମ୍ପର୍କ ପାଇଁ ଅଧିକ ହତ୍ୟାକାଣ୍ଡ ହେଉଥିବା‌ ଜଣାପଡ଼ିଛି। ନିକଟରେ ଏନ୍‌ସିଆରବି ତଥ୍ୟରୁ ଜଣାପଡ଼ିଛି ଯେ ୨୦୦୧ରୁ ୨୦୧୭ ମଧ୍ୟ‌ରେ ପ୍ରେମ ସମ୍ପର୍କ ପାଇଁ ପ୍ରତିବର୍ଷ ହତ୍ୟାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ସିଆରବି ତଥ୍ୟ ଅନୁଯାୟୀ ୨୦୦୧ରେ ୩୬,୨୦୨ ହତ୍ୟାକାଣ୍ଡ ହୋଇଥିଲା। ତେବେ ୨୦୧୭ରେ ଏହା ୨୧ ପ୍ରତିଶତ କମି ୨୮,୬୫୩ ଥିଲା। କିନ୍ତୁ ଏହି ସମୟ ମଧ୍ୟରେ ବ୍ୟକ୍ତିଗତ କାରଣ ପାଇଁ ହତ୍ୟାକାଣ୍ଡ ୪.୩ ପ୍ରତିଶତ କମିଥିବା ବେଳେ ସମ୍ପତ୍ତି ବିବାଦ ପାଇଁ ୧୨ ପ୍ରତିଶତ କମ୍‌ ହତ୍ୟା ହୋଇଛି। ଅନ୍ୟପକ୍ଷରେ ପ୍ରେମ ସମ୍ପର୍କ ତଥା ଅବୈଧ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ୨୮ ପ୍ରତିଶତ ବୃଦ୍ଧି ପାଇଛି।

publive-image

ହତ୍ୟାକାଣ୍ଡର ୩ଟି ପ୍ରମୁଖ କାରଣ ହେଉଛି ବ୍ୟକ୍ତିଗତ ଶତ୍ରୁତା, ସମ୍ପତ୍ତି ବିବାଦ ଏବଂ ପ୍ରେମ ସମ୍ପର୍କ। ୨୦୦୧ରୁ ୨୦୧୭ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ପାଇଁ ୬୭,୭୭୪ ହତ୍ୟାକାଣ୍ଡ ହୋଇଥିବା ବେଳେ ସମ୍ପତ୍ତି ପାଇଁ ୫୧,୫୫୪ ହତ୍ୟା ଏବଂ ପ୍ରେମ ସମ୍ପର୍କ ପାଇଁ ୪୪,୪୧୨ ହତ୍ୟା ହୋଇଛି। ତଥ୍ୟ ଅନୁଯାୟୀ ୨୦୧୫ରେ ପ୍ରେମ ସମ୍ପର୍କ ପାଇଁ ୧୩୭୯ ହତ୍ୟା ହୋଇଥିବା ବେଳେ ୨୦୧୬ରେ ଏହା ବୃଦ୍ଧି ପାଇ ୧୪୯୩ ଥିଲା। କିନ୍ତୁ ୨୦୧୭ରେ ଏହି ସଂଖ୍ୟା କମି ୧୩୯୦ ରହିଛି। ତେବେ ୪ଟି ରାଜ୍ୟ‌ରେ ପ୍ରେମ ନମ୍ବର ୱାନ୍‌ କିଲର୍‌ ହୋଇଛି। ଏହି ୪ଟି ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ। ପଂଜାବରେ ମଧ୍ୟ ପ୍ରେମ ପାଇଁ ହତ୍ୟାକାଣ୍ଡ ବଢ଼ୁଛି। ୨୦୦୧ରୁ ୧୭ ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରେମ ସମ୍ପର୍କ ପାଇଁ ବାର୍ଷିକ ହାରାହାରି ୩୯୫ ଜଣଙ୍କ ଜୀବନ ଯାଇଛି। ଏହା ଦେଶରେ ସର୍ବାଧିକ। ଆନ୍ଧପ୍ରଦେଶରେ ମଧ୍ୟ ପ୍ରେମ ସମ୍ପର୍କ ପାଇଁ ବାର୍ଷିକ ହାରାହାରି ୩୮୪ ଜଣଙ୍କ ଜୀବନ ଯାଉଛି। ମହାରାଷ୍ଟ୍ରରେ ୨୭୭, ଗୁଜରାଟରେ ୧୫୬, ପଂଜାବରେ ୯୮, ତାମିଲନାଡ଼ୁରେ ୨୪୦, କର୍ଣ୍ଣାଟକରେ ୧୧୩ ଏବଂ ଦିଲ୍ଲୀରେ ପ୍ରେମ ସମ୍ପର୍କ ପାଇଁ ବ‌ାର୍ଷିକ ୫୧ ଜଣଙ୍କ ଜୀବନ ଯାଉଛି। ତେବେ ପ୍ରେମ ପାଇଁ ପଶ୍ଚିମବଙ୍ଗ ଏବଂ କେରଳରେ ଖୁବ୍‌ କମ୍‌ ହତ୍ୟାକାଣ୍ଡ ହୋଇଛି। ପ୍ରେମ ସମ୍ପର୍କ ପାଇଁ ପଶ୍ଚିମବଙ୍ଗରେ ବାର୍ଷିକ ହାରାହାରି ୨୯ ହତ୍ୟାକାଣ୍ଡ ହୋଇଥିବା ବେଳେ କେରଳରେ ୬ ହତ୍ୟାକାଣ୍ଡ ‌ହୋଇଛି। ଅନ୍ୟପ‌କ୍ଷେ ଅନର୍‌ କିଲିଂ ଯୋଗୁଁ ୨୦୧୬ରେ ୭୧ ଜଣ ଏବଂ ୨୦୧୭ରେ ୯୨ ଜଣଙ୍କ ଜୀବନ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe