ଭାରତରେ କରୋନା ସଂକ୍ରମିତ ସଂଖ୍ୟା କେବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ତାହା କହିବା ସମ୍ଭବ ନୁହେଁ : ଆଇସିଏମଆର

Advertisment
ଦେଶର ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣ ସଂକ୍ରମିତ ହେବାର ଆଶଙ୍କା ରହିଛି : ଆଇସିଏମଆର୍

ନୂଆଦିଲ୍ଲୀ : ଭାରତର କରୋନା ସଂକ୍ରମିତ ଅଭିବୃଦ୍ଧି ହାର ସ୍ଥିର ରହିଛି । ଗତ ପ୍ରାୟ ଏକ ମାସ ହେବ ଭାରତର ପଜିଟିଭ ହାର ( ମୋଟ ପରୀକ୍ଷା ଓ ବାହାରୁଥିବା ପଜିଟିଭ ସଂଖ୍ୟାର ପ୍ରତିଶତ) ୪ ପ୍ରତିଶତ ଆଖପାଖରେ ରହିଆସିଛି । ତେବେ ଭାରତରେ ସଂକ୍ରମିତ ସଂଖ୍ୟା କେବେ ଶିଖର ଛୁଇଁବ ତାହା ଏବେଠାରୁ କହିବା ସମ୍ଭବ ନୁହେଁ ବୋଲି ଆଇସିଏମଆରର ମହା ନିର୍ଦ୍ଦେଶକ ଡ.ବଳରାମ ଭାର୍ଗବ କହିଛନ୍ତି ।

ଭାରତଗତ କାଲି ସୁଦ୍ଧା ୫ ଲକ୍ଷ ପରୀକ୍ଷା ସଂପୂର୍ଣ କରିଥିଲା ଓ ମୋଟ ସଂକ୍ରମିତ ସଂଖ୍ୟା ୨୦ ହଜାର ଥିଲା । ଏଣୁ ପଜିଟିଭ ହାର ୪ ପ୍ରତିଶତ ଥିଲା । ମାସକ ତଳେ ମଧ୍ୟ ଏହା ୪ ପ୍ରତିଶତ ଆଖପାଖରେ ଥିଲା । ଏଣୁ ଭାରତର ସଂକ୍ରମଣ ଅଭିବୃଦ୍ଧି ହାର ସ୍ଥିର ରହିଛି ।

ଭାରତ ସହ ଅନ୍ୟ ଦେଶମାନଙ୍କୁ ତୁଳନା କଲେ ଆମେରିକାରେ ଗତ ୨୬ ମାର୍ଚ୍ଚରେ ୫ ଲକ୍ଷ ପରୀକ୍ଷା ହୋଇଥିଲା ଓ ଏଥିରୁ ୮୦ ହଜାର ପଜିଟିଭ ବାହାରିଥିଲେ । ଇଟାଲୀ ୩୧ ମାର୍ଚ୍ଚ ସୁଦ୍ଧା ୫ ଲକ୍ଷ ପରୀକ୍ଷା କରିଥିଲା ଓ ୧ ଲକ୍ଷ ପଜିଟିଭ ବାହାରି ଥିଲେ । ବ୍ରିଟେନ ୨୦ ଏପ୍ରିଲ ସୁଦ୍ଧା ୫ ଲକ୍ଷ ପରୀକ୍ଷା କରିଥିଲା ଓ ୧ ଲକ୍ଷ ୨୦ ହଜାର ପଜିଟିଭ ବାହାରିଥିଲା । ଏଣୁ ଭାରତର ସ୍ଥିତି ବେଶ ସନ୍ତୋଷଜନକ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe