ଯୁଦ୍ଧବିରତି ପାଇଁ ଭାରତର ଚାପ: ଖାରକିଭ୍‌ରେ ଜଣେ ହେଲେ ଭାରତୀୟ ନାହାନ୍ତି

Advertisment

ଏଯାବତ୍‌ ୧୩,୩୦୦ ଜଣ ଭାରତ ଫେ‌ରିଲେଣି

ଏଯାବତ୍‌ ୧୩,୩୦୦ ଜଣ ଭାରତ ଫେ‌ରିଲେଣି

ଯୁଦ୍ଧବିରତି ପାଇଁ ଭାରତର ଚାପ: ଖାରକିଭ୍‌ରେ ଜଣେ ହେଲେ ଭାରତୀୟ ନାହାନ୍ତି

Onmanorama

ନୂଆଦିଲ୍ଲୀ: ୟୁକ୍ରେନ୍‌ର ୱାରଜୋନ୍‌ ସୁମିରେ ଫସିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରଙ୍କ ଉଦ୍ଧାର ପାଇଁ ସେଠାରେ ସାମୟିକ ଯୁଦ୍ଧ ବିରତି ନିମନ୍ତେ ଭାରତ ଆଜି ରୁଷ୍‌ ଏବଂ ୟୁକ୍ରେନ୍‌ ଉପରେ ଚାପ ସୃଷ୍ଟି କରିଛି। ଉଭୟ ରାଷ୍ଟ୍ର ଏ ଦିଗରେ ସହଯୋଗ କଲେ ଭାରତ ନିଜ ନାଗରିକଙ୍କୁ ଉଦ୍ଧାର କରିବ ବୋଲି ଜଣାଇବା ସହ ଏ ଦିଗରେ ଅହରହ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ ଖାରକିଭ୍‌ରେ କୌଣସି ଜଣେ ହେଲେ ଭାରତୀୟ ନାହାନ୍ତି। ଖାରକିଭରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି। ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ଖାରକିଭ୍‌ରୁ ଉଦ୍ଧାର ପ୍ରାୟ ସରିଛି ଏବଂ ମୁଖ୍ୟ ଫୋକସ୍‌ରେ ସୁମି ରହିଛି। ସେ ଠାରେ ଉଦ୍ଧାର କାର୍ଯ୍ୟ ବ‌ହୁତ ବଡ଼ ହୋଇଯାଇଛି। ଆମେ ଉଭୟ ରୁଷ୍‌ ଏବଂ ୟୁକ୍ରେନ୍‌କୁ ଯୁଦ୍ଧବିରତି ପାଇଁ ଅନୁରୋଧ କରିଛୁ।

ଖୁବ୍‌ଶୀଘ୍ର ଯୁଦ୍ଧ ବିରତି ହେବ ବୋଲି ଆମେ ଆଶା କରୁଛୁ। ବାଗ୍‌ଚି କହିଛନ୍ତି, ଭାରତୀୟ ଛାତ୍ରମାନେ କ୍ୟାମ୍ପସ୍‌ରେ ସୁରକ୍ଷିତ ଅଛନ୍ତି। ଆମ ଟିମ୍‌ ସେମାନଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ସେଠାରେ ମୁଖ୍ୟ ସମସ୍ୟା ହେଉଛି ଗୁଳିଗୋଳା ମାଡ଼। ବାଗ୍‌ଚି କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ୧୫ ବିମାନରେ ୨୯୦୦ ଭାରତୀୟ ଆସି ପହଞ୍ଚିଛନ୍ତି। ପ୍ରାୟ ୧୩,୩୦୦ ଭାରତୀୟ ଏଯାବତ ଭାରତ ଫେରିଲେଣି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ୧୩ଟି ବିମାନ ଆସିବ। ବାଗ୍‌ଚି କହିଛନ୍ତି, ସରକାରଙ୍କ ଦ୍ବାରା ପରିଚାଳିତ ୩ଟି ବସ୍‌ ପେସୋଚୀନ୍‌ରେ ପହଞ୍ଚିଛି। ବସ୍‌ରେ ଛାତ୍ରମାନଙ୍କୁ ସୁରକ୍ଷିତ ୟୁକ୍ରେନ୍‌ ସୀମା ପାର୍‌ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe