TOI
ନୂଆଦିଲ୍ଲୀ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି।
ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପ୍ରତ୍ୟେକ ବର୍ଷ ବିଶ୍ୱର ୧୮୦ ଦେଶରେ ହେଉଥିବା ଦୁର୍ନୀତିର ସୂଚକାଙ୍କକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରିଥାଏ। ଆଜି ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ୮୬ ତମ ସ୍ଥାନରେ ରହିଛି ଭାରତ।
ଗତ ୨୦୧୯ରେ ୧୮୦ଟି ଦେଶ ମଧ୍ୟରେ ଭାରତ ୮୦ ତମ ସ୍ଥାନରେ ରହିଥିଲା। ତେବେ, ଦୁର୍ନୀତି ସୂଚକାଙ୍କ ଉପରେ ଭାରତ ଏ ପର୍ଯ୍ୟନ୍ତ ବହୁତ କମ୍ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
Follow Us