ଜଳବାୟୁ ପାଣ୍ଠିକୁ ଭାରତର ପ୍ରତ୍ୟାଖ୍ୟାନ: ୩୦୦ ବିଲିଅନ୍ ଡଲାର ବହୁତ କମ୍

Advertisment

ଆଜରବଇଜାନ୍‌ରେ ଅନୁଷ୍ଠିତ ଜାତିସଂଘର ସିଓପି୨ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଲାଗି ଜଳବାୟୁ ପାଣ୍ଠି ୩୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଗି ସହମତି ହୋଇଛି। ହେଲେ ଏହି ରାଶି କମ୍ ଦର୍ଶାଇ ଭାରତ ପ୍ରଥମ ଦେଶ ଭାବେ ବୁଝାମଣାକୁ ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଛି।

ଆଜରବଇଜାନ୍‌ରେ ଅନୁଷ୍ଠିତ ଜାତିସଂଘର ସିଓପି୨ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଲାଗି ଜଳବାୟୁ ପାଣ୍ଠି ୩୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଗି ସହମତି ହୋଇଛି। ହେଲେ ଏହି ରାଶି କମ୍ ଦର୍ଶାଇ ଭାରତ ପ୍ରଥମ ଦେଶ ଭାବେ ବୁଝାମଣାକୁ ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଛି।

addaadadad

The Economic Times

ନୂଆଦିଲ୍ଲୀ: ଆଜରବଇଜାନ୍‌ରେ ଅନୁଷ୍ଠିତ ଜାତିସଂଘର ସିଓପି୨ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଲାଗି ଜଳବାୟୁ ପାଣ୍ଠି ୩୦୦ ବିଲିଅନ୍ ଡଲାର ପର୍ଯ୍ୟନ୍ତ ବୃଦ୍ଧି ଲାଗି ସହମତି ହୋଇଛି। ହେଲେ ଏହି ରାଶି କମ୍ ଦର୍ଶାଇ ଭାରତ ପ୍ରଥମ ଦେଶ ଭାବେ ବୁଝାମଣାକୁ ବିରୋଧ କରିବା ସହ ପ୍ରତ୍ୟାଖ୍ୟାନ କରିଛି। ଅନ୍ୟ ବିକାଶଶୀଳ ଦେଶ ମଧ୍ୟ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଭାରତ ତରଫରୁ କଥାବାର୍ତ୍ତା କରୁଥିବା ଚାନ୍ଦନୀ ରାଇନା କହିଛନ୍ତି ଯେ ଯେଉଁଭଳି ଢଙ୍ଗରେ ବୁଝାମଣା ପାଇଁ ସହମତି ହାସଲ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ଦେଶ ବଞ୍ଚାଇବା ଲାଗି ଆବଶ୍ୟକ ପଦକ୍ଷେପ ପାଇଁ ଏହି ଅର୍ଥ ଯଥେଷ୍ଟ ହେବ ନାହିଁ। ସବୁ ପଦକ୍ଷେପର ମୂଳରେ ରହିଛି ବିଶ୍ବାସ। ଏଥିରେ ବିଶ୍ବାସର ଅଭାବ ରହିଛି। ସାରା ବିଶ୍ବ ଯେଉଁ ଜଳବାୟୁ ପରିବର୍ତ୍ତନ ସମସ୍ୟା ସାମ୍ନା କରୁଛି, ସେଥିପାଇଁ ବିକାଶଶୀଳ ଦେଶଗୁଡ଼ିକ ଦାୟୀ ନୁହନ୍ତି। ଆମେ ଚାହୁଥିଲୁ ଆମ କଥା ଓ ଆମ ଆପତ୍ତିକୁ ସମସ୍ତେ ଶୁଣନ୍ତୁ। କିନ୍ତୁ ଶୁଣାଗଲାନାହିଁ। ଏହା ଆମ ଉପସ୍ଥିତି ପ୍ରତି ସବୁଠୁ ବଡ଼ ଆହ୍ବାନ ସୃଷ୍ଟି କରିଛି। ୟୁଏନ୍‌ଏଫ୍‌ସିସିସି ସେକ୍ରେଟାରିଏଟ୍‌ର ନିଷ୍ପତ୍ତିରେ ଆମେ ଦୁଃଖିତ ‌ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ବୁଝାମଣା ଉପରେ ମତ ଦେବା ଲାଗି ଦେଶଗୁଡ଼ିକୁ ସୁଯୋଗ ଦିଆଗଲାନାହିଁ। ଜଳବାୟୁ ପରିବର୍ତ୍ତନ ସେକ୍ରେଟାରିଏଟ୍‌କୁ ଏହା ଜଣାଇବା ପରେ ବି  କେହି କିଛି ପଦକ୍ଷେପ ନେଲେ ନାହିଁ। ରାଇନାଙ୍କ ଏହି ମନ୍ତବ୍ୟକୁ ସମସ୍ତ ପ୍ରତିନିଧି ସ୍ବାଗତ କରିବା ସହ କରତାଳି ଦେଇଥିଲେ। ନାଇଜେରିଆ, ମାଲାବୀ ଓ ବଲଭିଆ ଭାରତକୁ ସମର୍ଥନ କରିଥିଲେ। ସିଓପି୨୯ର ମୁଖ୍ୟ ଏଜେଣ୍ଡା ଥିଲା ଜଳବାୟୁ ପଦକ୍ଷେପ ଲାଗି ଏକ ଆର୍ଥିକ ବୁଝାମଣା ଉପରେ ସହମତି ହାସଲ କରିବା। ବିକାଶଶୀଳ ଦେଶଗୁଡ଼ିକ ଯେଭଳି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରିବେ, ସେଥିଲାଗି ବିକଶିତ ଦେଶ ପ୍ରତି ବର୍ଷ ଅତିକମ୍‌ରେ ୧୦୦ ବିଲିଅନ୍ ଡଲାର ଦେବାର ବ୍ୟବସ୍ଥା ହୋଇଥିଲା। ତାହାକୁ ବଢ଼ାଇବା ଲାଗି ବିକାଶଶୀଳ ଦେଶମାନେ ଦାବି କରୁଥିଲେ। ତିନି ବର୍ଷର କଥାବାର୍ତ୍ତା ପରେ ସେହି ରାଶିକୁ ୨୫୦ ବିଲିଅନ୍‌ ଡଲାରକୁ ବୃଦ୍ଧି ଲାଗି ବିକଶିତ ଦେଶ ପ୍ରସ୍ତାବ ଦେଇଥିଲେ। ହେଲେ ବିକାଶଶୀଳ ଏଥିରେ ଅସହମତ ହେବା ପରେ ସେହି ରାଶି ୩୦୦ ବିଲିଅନ୍ ଡଲାରକୁ ବୃଦ୍ଧି କରାଗଲା। କିନ୍ତୁ ଏହି ରାଶିକୁ ତତ୍କାଳ ସଂଗ୍ରହ କରାଯିବା ପରିବର୍ତ୍ତେ ୧୧ ବର୍ଷ ପରେ ଅର୍ଥାତ୍ ୨୦୩୫ରୁ ସଂଗ୍ରହ କରାଯିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଭାରତ ତୀବ୍ର ବିରୋଧ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe