ନେଦରଲାଣ୍ଡ୍‌କୁ ଭାରତର ଜବାବ

Advertisment
ନେଦରଲାଣ୍ଡ୍‌କୁ ଭାରତର ଜବାବ

ANI News

ନୂଆଦିଲ୍ଲୀ : ୟୁକ୍ରେନରେ ରୁଷ୍‌ର ଯୁଦ୍ଧ ପ୍ରସଙ୍ଗରେ ଭାରତ ଜାତିସଂଘ ଭୋଟିଂରୁ ବିରତ ରହିଥିବାରୁ ନେଦରଲାଣ୍ଡ୍‌ ଏନେଇ ଭାରତକୁ ପାଠ ପଢ଼ାଇବାକୁ ଚେଷ୍ଟା କରିଛି। ଏହି ପ୍ରସଙ୍ଗରେ ଭାରତ ନେଦରଲାଣ୍ଡ୍‌କୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ୍‌ ତିରୁମୁର୍ତି ଏବଂ ବ୍ରିଟେନ୍‌ରେ ଅବସ୍ଥାପିତ ଡଚ୍‌ ଆମ୍ବାସାଡର କାରେଲ ଭାନ୍‌ ‌ଓଷ୍ଟେରମ୍‌ଙ୍କ ମଧ୍ୟରେ ଆଜି ଟ୍ବିଟର୍‌ରେ ତୀବ୍ର କଥା କଟାକଟି ହୋଇଛି। ଗୁରୁବାର ଦିନ ଓଷ୍ଟେରମ୍‌ ଏକ ଟ୍ବିଟ୍‌ କରି କହିଥିଲେ ଭାରତ ଜାତିସଂଘ ଭୋଟିଂରୁ ବିରତ ହେବା ଉଚିତ ନଥିଲା। ଏହାର ଜବାବ ଦେଇ ତିରୁମୂର୍ତ୍ତି କହିଛନ୍ତି, ଆମକୁ ଉପଦେଶ ଦେବା ଆବଶ୍ୟକ ନାହିଁ। କ’ଣ କରିବାକୁ ହେବ ଆମେ ବେଶ୍‌ ଭଲଭାବେ ଜାଣୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe