ଏସ-୪୦୦ ଏକ ଶକ୍ତିଶାଳୀ ମିଶାଇଲ ପ୍ରତିରକ୍ଷା ପ୍ରଣାଳି  । ଭାରତ ଏହାକୁ୨୦୧୮ରେ ପାଖାପାଖି ୫ ଆରବ ବିନିମୟରେ କିଣିଥିଲା । ଏହା ଭାରତୀୟ ବାୟୁସେନାକୁ ଅଧିକ ମଜବୁତ୍ କରିଛି  ଏବଂ ଯେକୌଣସି ଆକ୍ରମଣରୁ ରକ୍ଷା କରିବାକୁ ମଜବୁତ ଢାଲ ଭାବରେ କାର୍ଯ୍ୟ କରଛି। ପାକିସ୍ତାନ କ୍ରମାଗତ ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାରେ ଗୁଳି ବର୍ଷଣ ଜାରି ରଖିଛି । ଏହାକୁ ପ୍ରତିହତ କରିବାକୁ ଭାରତ ମଧ୍ୟ ନିଜର ପରାକ୍ରମ ଦେଖାଇଛି । ପାକିସ୍ତାନର ଏଭଳି କାର୍ଯ୍ୟକୁ ନଜରରେ ରଖି ଭାରତ ମଧ୍ୟ ନିଜକୁ ପ୍ରସ୍ତୁତ ରଖିଛି। ପାକିସ୍ତାନକୁ ଉଚିତ ପାଲଟା ଜବାବ ଦେବାକୁ ଭାରତର ୩ ବାହିନୀ ଜାଗ୍ରତ ଅଛନ୍ତି। ପାକିସ୍ତାନ ନସୁଧୁରିଲେ ଭାରତ ଏହାର କଡା ଜବାବ ଦେବ ବୋଲି ଏମଇଏ ପ୍ରେସମିଟରେ କହିଛନ୍ତି ସେନାଧିକାରୀ।