ଦେଶରେ ଦ୍ବିତୀୟ ମଙ୍କିପକ୍ସ ମାମଲା‌ କେରଳର କୁନ୍ନୁର ଜିଲ୍ଲାରୁ ଚିହ୍ନଟ

‘ମଙ୍କିପକ୍ସ’ର ନାମ ଏବେ ‘ଏମ୍‌ପକ୍ସ’

Image Courtesy of India Today

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖା ଦେବାରେ ଲାଗିଲାଣି। ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ବିତୀୟ ମାମଲା ଚିହ୍ନଟ ହୋଇଛି। କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧ ବର୍ଷୀୟ ଯୁବକ ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଥିବା ବି‌ଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ସେ ଦୁବାଇରୁ ଆସିବା ପରେ ତାଙ୍କ ଶରୀରରେ ମଙ୍କିପକ୍ସ ଲକ୍ଷଣ ଦେଖା ଦେଇଥିଲା। ପରେ ପରୀକ୍ଷା କରାଯିବାରୁ ତାଙ୍କୁ ମଙ୍କିପକ୍ସ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ ତାଙ୍କୁ ସରକାରୀ ମେଡିକାଲ୍‌ କଲେଜରେ ଚିକିତ୍ସା କରାଯାଉଛି।

ସେ ଦୁବାଇରୁ ଆସି ୧୩ ତାରିଖରେ କୁନ୍ନୁରରେ ପହଞ୍ଚିଥିଲେ। ତାଙ୍କ ଭିତରେ ମଙ୍କିପକ୍ସ ଲକ୍ଷଣ ଦେଖା ଦେବା ପରେ ତୁରନ୍ତ ପରୀକ୍ଷା କରାଯାଇଥିଲା। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ବି ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ଏହା ପୂର୍ବରୁ ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା। ଆକ୍ରାନ୍ତଙ୍କୁ ତିରୁଅନନ୍ତପୁରମ ମେଡିକାଲ କଲେଜରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପିତା ଓ ମାତାଙ୍କୁ ମଧ୍ୟ ଉକ୍ତ ମେଡିକାଲ କଲେଜରେ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe