ପାକ୍‌ ‌ସେନାକୁ ଭାରତର କଡ଼ା ଚେତାବନୀ: ସୀମାରେ ଗୁଳିବର୍ଷା ବନ୍ଦ ନକଲେ ସାଂଘାତିକ ପରିଣାମ

Advertisment

ପହଲଗାମ ଆକ୍ରମଣ ପରଠାରୁ ସୀମାରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି।  ଗତରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା  ଅଂଚଳରେ ପ୍ରବଳ ଗୁଳିବର୍ଷା କରିଥିବା ବେଳେ  ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।

ପହଲଗାମ ଆକ୍ରମଣ ପରଠାରୁ ସୀମାରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି।  ଗତରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା  ଅଂଚଳରେ ପ୍ରବଳ ଗୁଳିବର୍ଷା କରିଥିବା ବେଳେ  ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।

dvdvcvcv

ଶ୍ରୀନଗର: ପହଲଗାମ ଆକ୍ରମଣ ପରଠାରୁ ସୀମାରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି।  ଗତରାତିରେ ପାକିସ୍ତାନ ନିୟନ୍ତ୍ରଣ ରେଖା  ଅଂଚଳରେ ପ୍ରବଳ ଗୁଳିବର୍ଷା କରିଥିବା ବେଳେ  ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି।  ଏହା ସହିତ ଭାରତୀୟ ସେନା ଆଜି ଏଲ୍‌ଓସି ଗୁଳିବର୍ଷାକୁ ନେଇ ପାକିସ୍ତାନକୁ  ଚେତାବନୀ ଦେଇଛି। ଭାରତର ସାମରିକ ଅପରେସନ ମହାନିର୍ଦ୍ଦେଶକ ବୁଧବାର ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ ଏହି କାର୍ଯ୍ୟରୁ ଦୂରେଇ ରହିବାକୁ କହିଛନ୍ତି। ଯଦି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖେ ତା’ହେଲେ ଏହାର ପରିଣାମ ଅତି ସାଂଘାତିକ ହେବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ମୁଖ୍ୟତଃ ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ପାକିସ୍ତାନ ଟାର୍ଗେଟ କରୁଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇ ରହିଛନ୍ତି।

ବୁଧବାର ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ଦିନ ଧରି   ପାକିସ୍ତାନ ସେନା ସହିତ ହୋଇଥିବା ଗୁଳିବିନିମୟ ବିଷୟରେ ଆଜି ହଟ୍‌ଲାଇନରେ ଆଲୋଚନା ହୋଇଛି।    ବିନା ଉତ୍ତେଜନାରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦିଆଯାଉଛି ଏବଂ ଏହା ଆଗକୁ ଅଧିକ ଭୀଷଣ ହେବ ବୋଲି ଭାରତ ସତର୍କ କରାଇ ଦେଇଛି।    ନିୟନ୍ତ୍ରଣ ରେଖା  ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ସଫଳ କରାଇବାକୁ ଚାହୁଥିବାରୁ ଭାରତୀୟ ସେନା ହାଇଆଲର୍ଟରେ ରହିଛି। ଦୁଇ ଦିନ ହେଲା ଜମ୍ମୁ-କଶ୍ମୀରର ନୌଶେରା, ସୁନ୍ଦରବନୀ ଏବଂ ଅଖନୁର ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। କଶ୍ମୀରର କୁପଵାଡ଼ା ଓ ବାରାମୁଲ୍ଲା ବ୍ୟତୀତ ଜମ୍ମୁର ଅଖନୁର ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ନିୟନ୍ତ୍ରଣ ରେଖା ବ୍ୟତୀତ ପାକିସ୍ତାନ ମଧ୍ୟ ଅନ୍ତର୍ଜାତୀୟ ସୀମାରେ ଗୁଳିବର୍ଷା କରୁଛି।

ଅନ୍ୟପକ୍ଷରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବା ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପାକିସ୍ତାନ ନିଜର ସାମରିକ ପ୍ରସ୍ତୁତି  ଜୋରଦାର କରିଛି। ପାକ୍‌ ବାୟୁସେନା ମଧ୍ୟ ହାଇ ଆଲର୍ଟରେ ରହିଛି। ସେହିପରି ପାକିସ୍ତାନ  କେତେକ ସୀମାନ୍ତ ଅଞ୍ଚଳରେ ଏୟାର ଡିଫେନ୍ସ ସିଷ୍ଟମ, ଇଲେକ୍ଟ୍ରୋନିକ୍ ୱାର୍‌ଫେର୍‌ ୟୁନିଟ୍ ଆଦି ମୁତୟନ କରିଛି।

ହାଫିଜ୍ ସୟିଦର ଠିକଣା ଚର୍ଚ୍ଚାରେ

ନୂଆଦିଲ୍ଲୀ: ଭାରତରେ ଅନେକ ବଡ଼  ଓ ବର୍ବର ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ  ଲସ୍କର-ଏ-ତୋଏବା ମୁଖ୍ୟ ହାଫିଜ ସୟିଦ ପାକିସ୍ତାନର ଲାହୋରର ଏକ ପ୍ରମୁଖ ଅଞ୍ଚଳରେ   ଜୀବନ ବିତାଉଛି। ସେ ତା’ର ସମସ୍ତ କାର୍ଯ୍ୟ ଉକ୍ତ ଅଂଚଳରେ ଖୋଲାଖୋଲି ଭାବେ ଜାରି ରଖିଥିବା ବେଳେ ପାକିସ୍ତାନ ପୁଲିସ, ସେନା ଓ ସରକାରଠାରୁ ପୂର୍ଣ୍ଣ ସୁରକ୍ଷା ପାଉଛି। ‘ଇଣ୍ଡିଆ ଟୁଡେ’ ପ୍ରକାଶ କରିଥିବା ସାଟେଲାଇଟ୍ ଫଟୋ ଏବଂ ଫୁଟେଜ୍ରୁ ଜଣାପଡୁଛି ଯେ ଲା‌ହୋରର ଏକ ପ୍ରମୁଖ ଅଂଚଳରେ ସାଧାରଣ ନାଗରିକଙ୍କ ମଧ୍ୟରେ ସେ ରହୁଛି  ଏବଂ ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହେବା ସତ୍ତ୍ବେ ସ୍ଥାନୀୟ ଲୋକଙ୍କଠାରୁ ସମର୍ଥନ ମଧ୍ୟ ପାଉଛି। ନ୍ୟୁୟର୍କରେ ୯/୧୧ ଆକ୍ରମଣ ପଛରେ ଥିବା ଅଲ୍ କାଏଦା ମୁଖ୍ୟ ଓସାମା ବିନ୍ ଲାଦନ୍ ପାକିସ୍ତାନର ଆବୋଟାବାଦର ଏକ କମ୍ପାଉଣ୍ଡରେ ଲୁଚି ରହିଥିବା ଦେଖିବାକୁ ମିଳିଥିଲା ଏବଂ ସେଠାରେ ତାକୁ ଆମେରିକା ନିପାତ କରିଥିଲା। ଅନ୍ୟପକ୍ଷରେ ହାଫିଜ ଖୋଲାଖୋଲି ପାକିସ୍ତାନରେ ଚଳପ୍ରଚଳ ହେଉଛି ଏବଂ ତା’ର ସୁରକ୍ଷା ଦାୟିତ୍ବ ପାକ୍‌ ପୁଲିସ ଓ ସେନା ଉପରେ ରହିଛି। ୨୦୧୯ରେ ପୁଲୱାମା ଆକ୍ରମଣ ପାଇ ଦାୟୀ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମାସୁଦ ଆଝାର ମଧ୍ୟ ପାକିସ୍ତାନର ପଞ୍ଜାବର  ବାହାଵାଲପୁରରେ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe