ହୁ’ର କୋଭିଡ୍‌ ଉତ୍ପତ୍ତି ଅନୁଧ୍ୟାନକୁ ଭାରତର ସମର୍ଥନ

‘କୋଭିଡ୍‌ ଆଉ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ନୁହେଁ’

dw.com

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ର ଉତ୍ପତ୍ତି କେବେ, କେଉଁଠି ଓ କିପରି ହେଲା ବୋଲି ଅଦ୍ୟାବଧି ତାହା ରହସ୍ୟମୟ ହୋଇ ରହିଥିବା ବେଳେ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ')ର ବିଶ୍ବସ୍ତରୀୟ ଅନୁଧ୍ୟାନକୁ ଭାରତ ସମର୍ଥନ କରିଛି। କୋଭିଡ୍‌ ସମ୍ପର୍କରେ ହୁ'ର ଏହି ତଦନ୍ତ ପଦକ୍ଷେପ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଥମ ପାହାଚ ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏକ ବକ୍ତବ୍ୟ ଜାରି କରିଛନ୍ତି। କୌଣସି ମଜଭୁତ ଉପସଂହାରରେ ପହଞ୍ଚିବା ପାଇଁ ହୁ'ର ଏହି ବିଶ୍ବସ୍ତରୀୟ ଅନୁଧ୍ୟାନ ବଳିଷ୍ଠ ପଥପ୍ରଦର୍ଶକ ହେବ ବୋଲି ଏଥିରେ କୁହାଯାଇଛି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏ ସଂକ୍ରାନ୍ତ ରିପୋର୍ଟକୁ ଅନୁସରଣ କରି ପରବର୍ତ୍ତୀ ଅନୁଧ୍ୟାନ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ବୁଝାମଣା ଓ ସହଯୋଗ ଏକାନ୍ତ କାମ୍ୟ ବୋଲି ମଧ୍ୟ ଭାରତ କହିଛି।

ସୂଚନା ଥାଉ କି, ହୁ'ର ଏକ ବିଶେଷଜ୍ଞ ଦଳ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ଚୀନ୍‌ର ଉହାନ ସହରରେ ଚୀନ୍‌ ବୈଜ୍ଞାନିକମାନଙ୍କ ସହ ୪ ସପ୍ତାହର ପରୀକ୍ଷା ନିରୀକ୍ଷା ସାରି ମାର୍ଚ୍ଚ ମାସରେ ଏକ ମିଳିତ ରିପୋର୍ଟ ଦେଇଥିଲେ। ମାତ୍ର ଆମେରିକା ଏପରି ନିଷ୍କର୍ଷକୁ ବାରମ୍ବାର ଖଣ୍ଡନ କରିବା ସହ ଚୀନ୍‌କୁ ହିଁ ମହାମାରୀ କୋଭିଡ୍‌ ପାଇଁ ଦାୟୀ କରି ଚାଲିଥିବା ବେଳେ ହୁ' ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ଉକ୍ତ ମିଳିତ ରିପୋର୍ଟରୁ ନିଜକୁ ଦୂରେଇ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe