Image Courtesy of India Today
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି।
ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ପଟେଲ୍ ତାଙ୍କୁ ଦଳରେ ସାମିଲ କରିଛନ୍ତି। ଅଖିଳେଶ ଯାଦବଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଧର୍ମେନ୍ଦ୍ର ପ୍ରତାପ ସିଂହ ଉଠାଇଥିବା ଫଟୋଟିଏ ମଧ୍ୟ ଦଳ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛି।
ଏ ସଙ୍କ୍ରାନ୍ତରେ ବିବୃତି ଦେଇ ସମାଜବାଦୀ ପାର୍ଟି କହିଛି, ଦଳର ନୀତି ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ବ ଉପରେ ବିଶ୍ବାସ ବ୍ୟକ୍ତ କରି ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂହ ସମାଜବାଦୀ ପାର୍ଟିର ସଦସ୍ୟତା ହାସଲ କରିଛନ୍ତି।
Image Courtesy of The Mirror୮ ଫୁଟ୍ ୨ ଇଞ୍ଚ୍ ଉଚ୍ଚ ଧର୍ମେନ୍ଦ୍ର ପ୍ରତାପ ସିଂହ ହେଉଛନ୍ତି ଭାରତର ସବୁଠୁ ଡେଙ୍ଗା ବ୍ୟକ୍ତି। ‘ଗିନିଜ୍ ୱାର୍ଲଡ୍ ରେକଡ୍’ରେ ସ୍ଥାନ ପାଇଥିବା ୪୬ ବର୍ଷିୟ ଧମେନ୍ଦ୍ର ମଧ୍ୟ ଏସିଆର ଅନ୍ୟତମ ଡେଙ୍ଗା ବ୍ୟକ୍ତି ଭାବେ ପରିଗଣିତ ହୁଅନ୍ତି। ସେ ହେଉଛନ୍ତି ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଅନ୍ତର୍ଗତ ନରହରପୁର କାସିୟାହି ଗ୍ରାମର ବାସିନ୍ଦା। କର୍ମ ସଂସ୍ଥାନ ପାଇବା ପାଇଁ ଧର୍ମେନ୍ଦ୍ର ଚେଷ୍ଟା ଚଳାଇଛନ୍ତି। ଅତ୍ୟଧିକ ଡେଙ୍ଗା ହୋଇଥିବାରୁ ନଇଁବା ବେଳେ ମଧ୍ୟ ସେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତାଙ୍କର ଚାକିରିବାକିରି ନାହିଁ କି, ସେ ବାହା ହୋଇ ନାହାନ୍ତି।
ଧର୍ମେନ୍ଦ୍ରଙ୍କ ସହ ଘନିଷ୍ଠତା ଥିବା ବ୍ୟକ୍ତିମାନେ କହନ୍ତି ଯେ, ଉଚ୍ଚତା ଯୋଗୁଁ ତାଙ୍କର କଟୀ ତଳ ଅଣ୍ଟା ବିନ୍ଧୁଛି। ନିତ୍ୟକର୍ମ ସମ୍ପାଦନ ବେଳେ ମଧ୍ୟ ସେ ଅସୁବିଧାରେ ପଡୁଛନ୍ତି। ଲକ୍ଷ୍ନୌରେ ସେ ଡାକ୍ତରଙ୍କ ପରାମର୍ଶ କରିଥିଲେ ଏବଂ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରାଇନେବାକୁ କହିଛନ୍ତି।
ତାଙ୍କର ଅର୍ଥ କିଂବା କର୍ମସଂସ୍ଥାନ ନ ଥିବାରୁ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ଯାଇଥିଲେ। ପରେ ୨୦୧୯ରେ ସେ ଅପରେସନ୍ଦ୍ବାରା ‘ବାଇଲେଟେରାଲ୍ ହିପ୍ ରିପ୍ଲେସ୍ମେଣ୍ଟ୍’ କରାଇଥିଲେ।
ଗତବର୍ଷ ଏପ୍ରିଲ୍ ମାସରେ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ତାଙ୍କର ଜଣେ ବନ୍ଧୁଙ୍କ ପାଇଁ ପ୍ରଚାର କରିଥିଲେ।
Follow Us