ଆଜିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାରକଣ; ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଭାରତର ଟିକାକରଣ ଅଭିଯାନ ଜନଶକ୍ତି ଚାଳିତ

Advertisment
ଆଜିଠୁ ୧୨-୧୪ ବର୍ଷ ପିଲାଙ୍କ ଟିକାରକଣ; ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଭାରତର ଟିକାକରଣ ଅଭିଯାନ ଜନଶକ୍ତି ଚାଳିତ

Image Courtesy of India Today

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାଙ୍କ ନିମେନ୍ତ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଥିବା ବେଳେ ଭାରତର ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ଟିକାକରଣ ଅଭିଯାନ ଜନଶକ୍ତି ଚାଳିତ।

ସେ କହିଛନ୍ତି, ଆମ ନାଗରିକମାନଙ୍କୁ ଟିକା ଦିଆଯିବା ଉଦ୍ୟମରେ ଆଜି ଦିନଟି ଗୁରୁତ୍ବପୂର୍ଣ୍ଣ। ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କବର୍ଗର ପିଲାମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି,  ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଜନସାଧାରଣ ମଧ୍ୟ ‘ପ୍ରିକସ୍‌ନାରି ଡୋଜ୍‌’ (ବୁଷ୍ଟର୍‌) ଡୋଜ୍ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉପରୋକ୍ତ ଆୟୁବର୍ଗର ଜନତାଙ୍କୁ ଅନୁରୋଧ ସେମାନେ ଟିକା ନେଇଯାଆନ୍ତୁ।

publive-image Image Courtesy of Biological E

ଏହା ପୂର୍ବରୁ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ, ଗତ ବର୍ଷେ ହେବ ଭାରତର ଟିକାକରଣ ଅଭିଯାନ ଜନଶକ୍ତି ଚାଳିତ ହୋଇ ଆସୁଛି। ଅନ୍ୟ ଦେଶମାନଙ୍କ ପରି ଏଠାରେ ଟିକା-ଦ୍ବିଧାବୋଧ ନାହିଁ। ଭାରତରେ ଲୋକେ ନିଜେ ଟିକା ନେବା ସହ ଯଥାଶୀଘ୍ର ଟିକା ନେବା ପାଇଁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଛନ୍ତି। ଏକଥା ଉତ୍ସାହପ୍ରଦ।

ଭାରତର ଟିକାକରଣ ଅଭିଯାନ ‘ବିଜ୍ଞାନଚାଳିତ’ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବର ବୃହତ୍ତମ ଟିକାକରଣ ଅଭିଯାନରେ ସେମାନଙ୍କର ଅସାଧରଣ ଉଦ୍ୟମ ପାଇଁ ବୈଜ୍ଞାନିକ ଏବଂ ଉଦ୍ଭାବକମାନଙ୍କୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, ଆଜିଠାରୁ ଦେଶରେ ୧୨-୧୪ ବର୍ଷ ବୟସ୍କ ବର୍ଗର ପିଲାମାନଙ୍କୁ  ‘ବାୟୋଲୋଜିକାଲ୍‌ ଇ’ ନିର୍ମିତ ‘କୋର୍ବେଭ୍ୟାକ୍ସ୍‌’ ଟିକା ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe