The Economic Times
ନୂଆଦିଲ୍ଲୀ : ଭାରତ ପ୍ରଥମରୁ ଟିକା ମୈତ୍ରୀ ଅଭିଯାନ ଅଧୀନରେ ବିଦେଶ ରାଷ୍ଟ୍ରମାନଙ୍କୁ ଟିକା ଉପହାର ରୂପେ ଦେଇଛି ଏବଂ ଟିକା ରପ୍ତାନୀ କରିଛି। କିନ୍ତୁ ବିଶ୍ବର ଦ୍ବିତୀୟ ସର୍ବବୃହତ୍ ଜନସଂଖ୍ୟା ଥିବା ରାଷ୍ଟ୍ର ଭାରତରେ ହଠାତ୍ ସଂକ୍ରମଣ ବୃଦ୍ଧି ସାଙ୍ଗକୁ ଦେଶରେ ଟିକାର ଅଭାବ ଦେଖାଦେବା ସାରା ବିଶ୍ବକୁ ଚିନ୍ତାରେ ପକାଇଲାଣି। ଭାରତ ପୂର୍ବରୁ ବିଶ୍ବର ସର୍ବବୃହତ୍ ଟିକା ରପ୍ତାନକାରୀ ରାଷ୍ଟ୍ର ଥିଲା। କିନ୍ତୁ ଏବେ ଭାରତ ଟିକା ଆମଦାନୀ କରୁଛି।
ଗତ ଗୁରୁବାର ପ୍ରଥମ ଥର ପାଇଁ ସଂକ୍ରମଣ ମାମଲା ୨ଲକ୍ଷ ଟପିଥିଲା। ତେଣୁ ଭାରତ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ପ୍ରୟାସ କରିଛି। ସଂକ୍ରମଣ ହଠାତ୍ ବଢ଼ିବା ସହ ଦେଶରେ ଟିକାର ଅଭାବ ଦେଖାଦେଇଛି। ତେଣୁ ଭାରତ ଏବେ ଟିକା ଆମଦାନୀ ଆରମ୍ଭ କରିଛି। ଭାରତ ରୁଷ୍ର ସ୍ପୁଟନିକ୍ ଭି ଆମଦାନୀ କରିବ। ଚଳିତ ମାସ ଆରମ୍ଭରୁ ଭାରତ ସ୍ପୁଟ୍ନିକ ଭି ଆମଦାନୀ କରିବ। ତେବେ ଭାରତ ଟିକା ଆମଦାନୀ କରିବା ପ୍ରମାଣ କରିଦେଇଛି ଯେ, ଦେଶରେ ଟିକାର ଅଭାବ ଦେଖାଦେଇଛି। ତେବେ ଏହା କେବଳ କରୋନା ବିରୋଧରେ ଦେଶର ଲଢ଼େଇକୁ ପ୍ରଭାବିତ କରିବନି ବରଂ ଏହା ୬୦ଟି ଗରିବ ରାଷ୍ଟ୍ର ଉପରେ ମଧ୍ୟ ଖୁବ୍ ଖରାପ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଚଳିତ ମାସରେ ଭାରତ କେବଳ ୧.୨ ନିୟୁତ ଡୋଜ୍ ଟିକା ରପ୍ତାନୀ କରିଛି। ଅନ୍ୟପକ୍ଷେ ବିଳମ୍ବିତ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହା ୬୪ ନିୟୁତ ଡୋଜ୍ ରପ୍ତାନୀ କରିଥିଲା। ଭାରତରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଯଦି ଭୁଶୁଡ଼ିଯାଏ ତେବେ ଭାରତ ଉପରେ ନିର୍ଭର କରୁଥିବା ଅନେକ ଗରିବ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଯିବ।
Follow Us