ଚିନ୍ତା ବଢ଼ାଇଲାଣି ପଙ୍ଗପାଳ: କୀଟନାଶକ ସ୍ପ୍ରେ କରିବା ପାଇଁ ନିୟୋଜିତ ହେଲା ୭୦୦ଟ୍ରାକ୍ଟର, ୭୫ଫାୟାର ଇଞ୍ଜିନ ଏବଂ ୫୦ଟି ଗାଡ଼ି

ଚିନ୍ତା ବଢ଼ାଇଲାଣି ପଙ୍ଗପାଳ: କୀଟନାଶକ ସ୍ପ୍ରେ କରିବା ପାଇଁ ନିୟୋଜିତ ହେଲା ୭୦୦ଟ୍ରାକ୍ଟର, ୭୫ଫାୟାର ଇଞ୍ଜିନ ଏବଂ ୫୦ଟି ଗାଡ଼ି

India Today

ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି। ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା କାରଣରୁ ହଜାର ହଜାର ଚାଷୀଙ୍କ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ସେମାନଙ୍କ କବ୍‌ଜାକୁ ଆସି କ୍ଷତିଗ୍ରସ୍ତ ହେଉଛି।

ତେବେ ଭାରତୀୟ କର୍ତ୍ତୃପକ୍ଷ କୃଷକମାନଙ୍କୁ କୀଟନାଶକ ସ୍ପ୍ରେ ଅଭିଯାନ ଦ୍ୱାରା ସାହାଯ୍ୟ କରୁଥିବା ଦେଖାଯାଇଛି | ପାକିସ୍ତାନ ଏବଂ ପୂର୍ବ ଆଫ୍ରିକାରେ ଫସଲ ନଷ୍ଟ କରିସାରିବା ପରେ ଏବେ ଭାରତରେ ଉତ୍ପାତ କରିବା ଆରମ୍ଭ କରିଛନ୍ତି ଏହି ପଙ୍ଗପାଳ | ପଙ୍ଗପାଳକୁ ମାରିବା ପାଇଁ ପ୍ରାୟ ୭୦୦ଟ୍ରାକ୍ଟର, ୭୫ଫାୟାର ଇଞ୍ଜିନ ଏବଂ ପ୍ରାୟ ୫୦ଟି ଯାନ କୀଟନାଶକ ସ୍ପ୍ରେ କରିବାରେ ନିୟୋଜିତ ଅଛନ୍ତି ବୋଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ତ୍ରିଲୋଚନ ମହାପାତ୍ର ମଙ୍ଗଳବାର କହିଛନ୍ତି। ଆଗକୁ ଏହି କାର୍ଯ୍ୟରେ ଡ୍ରୋନ୍ ମଧ୍ୟ ନିୟୋଜିତ ହେବ ବୋଲି ସେ କହିଛନ୍ତି | ତାଙ୍କ କହିବା ମୁତାବକ, ୬ଟି ରାଜ୍ୟରେ ପ୍ରାୟ ୪୨,୦୦୦ହେକ୍ଟର (୧୦୪,୦୦୦ ଏକର) କପା, ଗ୍ରୀଷ୍ମ ଡାଲି ଏବଂ ପନିପରିବା ଫସଲ ନଷ୍ଟ କରିସାରିଛନ୍ତି ପଙ୍ଗପାଳ | ମୁଖ୍ୟତଃ ରାଜସ୍ଥାନ ପଙ୍ଗପାଳ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ବୋଲି ମହାପାତ୍ର କହିଛନ୍ତି।

East Africa locust outbreak sparks calls for international help ... Al Jazeera

ସୂଚନା ମୁତାବକ, ଏହି ପଙ୍ଗପାଳ ଗୋଷ୍ଠୀଙ୍କର ବଂଶ ବିସ୍ତାର କରିବାର ‌କ୍ଷମତା ଢେର୍‌ ଅଧିକ। ପ୍ରତ୍ୟେକ ବର୍ଗ କିଲୋମିଟର୍‌ରେ ଏକାସାଥିରେ ପ୍ରାୟ ୧୫୦ ମିଲିୟନ୍‌ ପଙ୍ଗପାଳ ଦଳ ଦଳ ହୋଇ ଯାଇଥାନ୍ତି। ଉଚ୍ଚ ତାପମାନ ଯୁକ୍ତ ଅଞ୍ଚଳ ସେମାନଙ୍କୁ ବେଶି ସୁହାଇଥାଏ ଓ ସେମାନେ ଏହିପରି ଅଞ୍ଚଳରେ ଚାଷ ଜମିଗୁଡ଼ିକର ବିଶେଷ କ୍ଷତି ଘଟାଇପାରନ୍ତି ‌ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe