ମେ ମାସରୁ ଉପଲବ୍ଧ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କୋଭିଡ୍‌-୧୯ ପରୀକ୍ଷା କିଟ୍‌; ଦୈନିକ ହେବ ୧ ଲକ୍ଷ ନମୁନା ପରୀକ୍ଷା

Advertisment
ଜୟପୁର କୋଭିଡ୍‌ ହସ୍‌ପିଟାଲର ଭିତିରି କଥା, ସଂକ୍ରମିତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି କିଏ?

News India

ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ନମୁନା ପରୀକ୍ଷଣ ପାଇଁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଉଦ୍ଭାବିତ, ବିକଶିତ ଓ ନିର୍ମିତ ‘ଟେଷ୍ଟ କିଟ୍‌’ ଆସନ୍ତା ମେ ମାସ ଠାରୁ ଦେଶରେ ଉପଲବ୍ଧ ହେବ ବୋଲି ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ।

ଆଜି ଏହି ସୂଚନା ପ୍ରଦାନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି, ‘ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଉଦ୍ଭାବିତ, ବିକଶିତ ଏହି ଆରଟି- ପିସିଆର ଏବଂ ଆଣ୍ଟିବଡି ‘ଟେଷ୍ଟ କିଟ୍‌’ର ସମସ୍ତ ପ୍ରାଥମିକ କାର୍ଯ୍ୟ ଶେଷ ହୋଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଏବେ ଏଥିପାଇଁ କେବଳ ମାତ୍ର ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଅନୁମୋଦନକୁ ଅପେକ୍ଷା କରାଯାଇଛି। ଆଇସିଏମ୍‌ଆର୍‌ର ଅନୁମୋଦନ ପରେ ଆମେ ଏହାର ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରିଦେବା ସହ ମେ ମାସରୁ ବଜାରରେ ଏହା ଉପଲବ୍ଧ ହେବ। ଏବଂ ଏହି ପରୀକ୍ଷା କିଟ୍‌କୁ ବ୍ୟବହାର କରି ଦେଶରେ ଦୈନିକ ୧ ଲକ୍ଷରୁ ଉର୍ଦ୍ଧ୍ୱ ନମୁନା ପରୀକ୍ଷା କରିବାରେ ସମର୍ଥ ହେବୁ’।

publive-image News India

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଦେଶରେ ୨୯,୪୩୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୬,୮୬୯ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରି ଘରକୁ ଫେରି ଯାଇଥିବା ବେଳେ ୯୩୪ ଜଣ ପ୍ରାଣ ହରାଇଛନ୍ତି। ସେହିପରି କରୋନା ନମୁନା ପରୀକ୍ଷା ପାଇଁ ଏବେ ଦେଶରେ ବ୍ୟବହାର କରାଯାଉଥିବା ପରୀକ୍ଷଣ କିଟ୍‌ଗୁଡ଼ିକୁ ସରକାର ଅତ୍ୟଧିକ ମୂଲ୍ୟ ଦେଇ ବିଦେଶରୁ ଆମଦାନି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe