ଇଞ୍ଜିନ୍‌ ଖରାପ ହେବାରୁ ଅହମ୍ମଦାବାଦରେ ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ଏୟାର ବସ୍‌ ଏ-୩୨୦

Advertisment
ଇଞ୍ଜିନ୍‌ ଖରାପ ହେବାରୁ ଅହମ୍ମଦାବାଦରେ ଜରୁରୀକାଳିନ ଅବତରଣ କଲା ଇଣ୍ଡିଗୋ ଏୟାର ବସ୍‌ ଏ-୩୨୦

deccanchronicle.com

ନୂଆଦିଲ୍ଲୀ: ଅହମ୍ମଦାବାଦରୁ ଲକ୍ଷ୍ଣୌ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ଇଣ୍ଡିଗୋ ଏୟାର ବସ୍‌ ଏ-୩୨୦ରେ ସୋମବାର ଅପରାହ୍ନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ବିମାନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ନଯାଇ ଆଉଥରେ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରି ଆସିବା ସହ ଜରୁରୀକାଳିନ ଅବତରଣ କରିଛି। ଏହି ବିମାନଟିରେ ୧୮୬ ଜଣ ଯାତ୍ରୀ ଥିଲେ। ଜରୁରୀକାଳିନ ଅବତରଣ କରିଥିବା ଇଣ୍ଡିଗୋ ଏୟାର ବସ୍‌ ଏ-୩୨୦ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଇଣ୍ଡିଗୋ ଏୟାରଲାଇନ୍‌ ସୂତ୍ରରୁ ପ୍ରକାଶ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅହମ୍ମଦାବାଦରୁ ଲକ୍ଷ୍ଣୌ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ଇଣ୍ଡିଗୋର ୬ଇ ୨୪୪ ନମ୍ବର ଏୟାର ବସ୍‌ ଏ-୩୨୦ଟି ଅହମ୍ମଦାବାଦ ବିମାନ ବନ୍ଦରରୁ ଟେକ୍‌ଅପ୍‌ କରିବା ପରେପରେ ଏହି ବିମାନର ୨ ନମ୍ବର ଇଞ୍ଜିନ୍‌ଟି ଅକାମି ହୋଇ ପଡ଼ିଥିବା ପାଇଲଟ୍‌ ଜାଣିବାକୁ ପାଇଥିଲେ। ଫଳରେ ସେ ବିମାନଟିକୁ ଆଉ ଗନ୍ତବ୍ୟ ସ୍ଥଳ ଅଭିମୁଖେ ନନେଇ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରାଇ ଆଣିବା ସହ ଜରୁରୀକାଳିନ ଅବତରଣ କରାଇଥିଲେ। ଏହି ଘଟଣା ସଂପର୍କରେ ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe