Indigo Airlines: ବିମାନସେବା ପ୍ରଭାବିତ; ବିମାନବନ୍ଦରରେ ଫସି ରହିଛନ୍ତି ୧୦୦୦ରୁ ଅଧିକ ଯାତ୍ରୀ

ଉଡ଼ିବାକୁ ନିର୍ଦ୍ଧାରିତ ହୋଇଥିବା ବିମାନକୁ ଦୁଇଘଣ୍ଟା ପର୍ଯ୍ୟନ୍ତ ରନୱେରେ ଅଟକାଇ ଦିଆଯାଇଥିଲା। ବିମାନସେବା ପ୍ରଭାବିତ ପାଇଁ ବିମାନବନ୍ଦରରେ ଫସି ରହିଛନ୍ତି ଅନେକ ଯାତ୍ରୀ।

୭୬୫୭୫୬

indigo airlines faces technical difficulties Photograph: (@socialmedia)

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ଯାଉଥିବା ଅନେକ ବିମାନ ଏହାଦ୍ବାରା ପ୍ରଭାବିତ ହୋଇଛି। ଯାହାଫଳରେ ଗତକାଲି ରାତିରୁ ପ୍ରାୟ ୧୦୦୦ଜଣ ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି।

ରନୱେରେ ଅଟକିଲା ବିମାନ; ଯାତ୍ରୀ ହେଉଛନ୍ତି ହନ୍ତସନ୍ତ

ସୂଚନାଯୋଗ୍ୟ, ମଙ୍ଗଳବାର ଏବଂ ବୁଧବାର ରାତି ୨ଟାରେ ଉଡ଼ିବାକୁ ନିର୍ଦ୍ଧାରିତ ହୋଇଥିବା ବିମାନକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ଅଟକାଇ ଦିଆଯାଇଥିଲା। କିଛି ସମୟ ପରେ ଉକ୍ତ ବିମାନ ଭିତରେ ବସିଥିବା ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ବିମାନବନ୍ଦର ଟର୍ମିନାଲରେ ଅପେକ୍ଷା କରିବାକୁ କୁହାଯାଇଥିଲା।

ଅଧିକପଢ଼ନ୍ତୁ:ଛାଡପତ୍ର ପରେ ଫେରାଇବେ ଯୌତୁକ, ମହିଳାଙ୍କ ପାଇଁ ସୁପ୍ରିମକୋର୍ଟର ବଡ ନିର୍ଦ୍ଦେଶନାମା

ଯାତ୍ରୀଙ୍କ ପ୍ରଶ୍ନର ମିଳୁନାହିଁ ସନ୍ତୋଷଜନକ ଉତ୍ତର

ଏଭଳି ପରିସ୍ଥିତିରେ ଯେଉଁ ଯାତ୍ରୀମାନଙ୍କୁ ସଂଯୋଗକାରୀ ବିମାନ ଧରିବାର ଥିଲା କିମ୍ବା ଭିସା ସାକ୍ଷାତକାର ପାଇଁ ବିଭିନ୍ନ ସହରକୁ ଯାତ୍ରା କରିବାର ଯୋଜନା ଥିଲା ସେମାନଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଯାତ୍ରାକୁ ନେଇ ବିମାନବନ୍ଦରରେ ଇଣ୍ଡିଗୋ କର୍ମଚାରୀମାନେ ଯାତ୍ରୀଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାଁନ୍ତି, ଯେଉଁ କାରଣରୁ ପରିସ୍ଥିତିକୁ ଆହୁରି ବିଗିଡ଼ି ଯାଇଛି।

ହନ୍ତସନ୍ତ ହେଉଥିବା ଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା ନାହିଁ

ଜଣେ ପ୍ରଭାବିତ ଯାତ୍ରୀ କହିଛନ୍ତି, " ଯାତ୍ରାକୁ ନେଇ ଆମକୁ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦିଆଯାଉନାହିଁ। ବିମାନ ବିଳମ୍ବର କାରଣ କ’ଣ ତାହା ବି କୁହାଯାଉ ନାହିଁ। ଏଭଳି ପରିସ୍ଥିତିରେ ବିମାନବନ୍ଦରେ ପିଲା ଠାରୁ ବୃଦ୍ଧ ଅନେକ ଯାତ୍ରୀ ଗତକାଲି ଠାରୁ ଫସି ରହିଛନ୍ତି। ସେମାନଙ୍କ ପାଇଁ କୌଣସି ପ୍ରକାରର ଖାଦ୍ୟ କିମ୍ବା ପାନୀୟର ବ୍ୟବସ୍ଥା ଏ ପର୍ଯ୍ୟନ୍ତ କରାଯାଇନାହିଁ।

ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିଯିବ

ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, "ଆମେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ। ଯଥାଶୀଘ୍ର ସେଗୁଡ଼ିକୁ ସମାଧାନ କରିବା ପାଇଁ କାମ କରୁଛୁ। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖୀତ।  ସମସ୍ତଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଯାତ୍ରୀଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ। ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିଯିବ।

ଅଧିକପଢ଼ନ୍ତୁ:ବୁଡ଼ି ଯାଉଥିବା କାର୍‌ ଭିତରୁ ଯୁବକଙ୍କୁ ଉଦ୍ଧାର କଲେ ନାଉରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe