ଉଦଘାଟନ ହେଉ ହେଉ ଦେଓଘରକୁ ବିମାନ ସେବା ଘୋଷଣା କଲା ଇଣ୍ଡିଗୋ, ଦିଲ୍ଲୀରୁ ଦେଓଘର ଉଡିବ ଫ୍ଲାଇଟ

ରନୱେରେ ଗଡୁଥିବାବେଳେ ଇଣ୍ଡିଗୋ ବିମାନରେ ଦେଖାଦେଲା ସମସ୍ୟା, ନୌସେନା ସହାୟତାରେ ଉଦ୍ଧାର ହେଲେ ଯାତ୍ରୀ

The Economic Times

ଦେଓଘର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ ୪ବର୍ଷ ପୂର୍ବେ ଦେଓଘର ବିମାନବନ୍ଦରର ମୂଳଦୁଆ ପକାଇବାକୁ ମୁଁ ସୁଯୋଗ ପାଇଥିଲି। କରୋନା ସତ୍ତ୍ବେ ଏହି କାମ ଆଗେଇ ଚାଲିଥିଲା, ସେଥିପାଇଁ ଏହା ଏବେ ଶେଷ ହୋଇପାରିଛି। ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଯାତ୍ରୀ ଦେଓଘର ବିମାନବନ୍ଦରରୁ ଯାଇପାରିବେ। ଏହା ବାବାଙ୍କ ଭକ୍ତମାନଙ୍କୁ ମଧ୍ୟ ସୁବିଧା ଯୋଗାଇବ। ତେବେ ବିମାନବନ୍ଦର ଉଦଘାଟନ ପରେ ବିମାନ ସେବା କମ୍ପାନି ଇଣ୍ଡିଗୋ ଆଜି ନୂଆଦିଲ୍ଲୀରୁ ଦେଓଘରକୁ ବିମାନ ସେବା ବାବଦରେ ଘୋଷଣା କରିଛି |

ଏୟାରଲାଇନ୍ସ କମ୍ପାନି ଇଣ୍ଡିଗୋ ୩୦ ଜୁଲାଇ ୨୦୨୨ ରୁ ଦିଲ୍ଲୀ ଏବଂ ଦେଓଘର ମଧ୍ୟରେ ଏକ ନୂତନ ବିମାନ ଘୋଷଣା କରିଛି। ଇଣ୍ଡିଗୋ ପ୍ରଥମ ବିମାନ ହେବ ଯାହାକି ଦେଓଘରରୁ ସେବା ଆରମ୍ଭ କରିବ | ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ଏହି ବିମାନ ପାଇଁ ବୁକିଂ ଆଜିଠାରୁ ଆରମ୍ଭ ହୋଇଛି । ବର୍ତ୍ତମାନ ଯାତ୍ରୀମାନେ ସହଜରେ ବିମାନ ଯୋଗେ ଦିଲ୍ଲୀରୁ ଦେଓଘରକୁ ଯାତ୍ରା କରିପାରିବେ | ଏହି ବିମାନ ସେବା ଜୁଲାଇ ୩୦ରୁ ଆରମ୍ଭ ହେବ ଓ ଦିଲ୍ଲୀରୁ ଦେଓଘରକୁ ଦୈନିକ ବିମାନ ଉପଲବ୍ଧ ହେବ |

ଫ୍ଲାଇଟ୍ ନମ୍ବର 6E 6191 ଜୁଲାଇ ୩୦ରୁ ଦିଲ୍ଲୀରୁ ଦେଓଘରକୁ ପ୍ରତିଦିନ ଯାତାୟତ କରିବ | ଏହି ବିମାନ ଦିନ ୧ଟାରେ ଦିଲ୍ଲୀରୁ ଛାଡି ଦିନ ୨ଟା୪୫ ରେ ଦେଓଘରରେ ପହଞ୍ଚିବ | ସେହିପରି ଏହା ଦିନ ୩ଟା ୧୫ରେ ଦେଓଘରରୁ ଛାଡି ଅପରାହ୍ନ ୫ଟା ୨୦ରେ ଦିଲ୍ଲୀରେ ପହଞ୍ଚିବ | ବର୍ତ୍ତମାନ ଯାତ୍ରୀମାନେ ଇଣ୍ଡିଗୋ ୱେବସାଇଟ୍ ପରିଦର୍ଶନ କରି ଏହି ବିମାନଗୁଡ଼ିକ ପାଇଁ ଟିକେଟ୍ ବୁକ୍ କରିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe