ଇଣ୍ଡିଗୋ ଆଣିଲା ସୁଇଟ୍-୧୬ ସେଲ୍, ମାତ୍ର ୧୬୧୬ଟଙ୍କାରେ ବୁକ୍ କରନ୍ତୁ ଟିକେଟ

Advertisment
ଇଣ୍ଡିଗୋ ଆଣିଲା ସୁଇଟ୍-୧୬ ସେଲ୍, ମାତ୍ର ୧୬୧୬ଟଙ୍କାରେ ବୁକ୍ କରନ୍ତୁ ଟିକେଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଆଣିଲା ସୁଇଟ୍-୧୬ ସେଲ୍। ଅଗଷ୍ଟ ୩ରେ, ଇଣ୍ଡିଗୋ ଏୟାରଲାଇନ୍ସ ଘରୋଇ ରୁଟରେ ଉଡ଼ୁଥିବା ସମସ୍ତ ବିମାନ ପାଇଁ ସୁଇଟ୍-୧୬ ସେଲ୍ ଆରମ୍ଭ କରିଛି। ବିମାନ ସେବା ଆରମ୍ଭକୁ ୧୬ବର୍ଷ ବିତିଥିବା ବେଳେ ଏହାକୁ ସ୍ମରଣୀୟ କରିବାକୁ ଇଣ୍ଡିଗୋ ଏହି ସେଲ୍ ଆରମ୍ଭ କରିଛି। ଏହି ସେଲ୍‌ରେ ସର୍ବନିମ୍ନ ୧୬୧୬ଟଙ୍କାରେ ଆପଣ ବିମାନ ଟିକେଟ ବୁକ୍ କରିପାରିବେ।

ଅଗଷ୍ଟ ୩ରୁ ୫, ୨୦୨୨ ପର୍ଯ୍ୟନ୍ତ ଏହି ସେଲ୍ ତିନି ଦିନ ପାଇଁ ଲାଇଭ୍ ହେବ। ଅଗଷ୍ଟ ୩ରୁ ୫ ମଧ୍ୟରେ ଟିକେଟ ବୁକ କରି ଆପଣ ଅଗଷ୍ଟ ୧୮,୨୦୨୨-ଜୁଲାଇ ୧୬, ୨୦୨୩ ମଧ୍ୟରେ ଯାତ୍ରା କରିପାରିବେ। ଇଣ୍ଡିଗୋ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଅଫର ବିଷୟରେ ଜଣାଇଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋ‌କେ ମାନେ ଏହି ଅଫର ଅନୁଯାୟୀ ଅଗଷ୍ଟ ୧୮ପୂର୍ବରୁ କିମ୍ବା ଜୁଲାଇ ୧୬ ପରର ତାରିଖ ବାଛି ପାରିବେ ନାହିଁ।

ଭ୍ରମଣ ପାଇଁ ଲୋକେ ଅଧିକ ଇଚ୍ଛା ପ୍ରକାଶ କରୁଥିବା ଦେଖି ଆମେ ଏହି ସେଲ୍ ଆରମ୍ଭ କରିଛୁ ବୋଲି କହିଛି ଇଣ୍ଡିଗୋ।

ଏହା ପୂର୍ବରୁ ଏୟାର ଏସିଆ ମାତ୍ର ୧୪୯୯ଟଙ୍କା ମୂଲ୍ୟର ପ୍ରାରମ୍ଭିକ ଭଡାରେ ବିମାନ ଯାତ୍ରା ପ୍ରଦାନ କରିବାର ଅଫର ଦେଇଥିଲା। ଏୟାର ଏସିଆ ଏହାର ପେ ଡେ ସେଲ୍ ଅଧୀନରେ ଏହି ଅଫର ଲଞ୍ଚ କରିଥିଲା। ଏହି ସେଲ୍ ଜୁଲାଇ ୨୮-୩୧ ପର୍ଯ୍ୟନ୍ତ ବୈଧ ଥିଲା। ଜୁଲାଇ ୨୮-୩୧ ମଧ୍ୟରେ ଟିକେଟ ବୁକ କରି ଆପଣ ଅଗଷ୍ଟ ୧୫ରୁ ଡିସେମ୍ବର ୩୧ ମଧ୍ୟରେ ଯାତ୍ରା କରିପାରିବାର ସୁଯୋଗ ଦେଇଥିଲା ଏୟାର ଏସିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe