ନୂଆଦିଲ୍ଲୀ: ପୁଣି ବିମାନକୁ ବୋମା ଧମକ । ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଇଛି ।
ତେବେ ବିମାନର ନମ୍ବର ସହ ବୋମା ଧମକ ମିଳିଥିବାରୁ ପ୍ରୋଟକଲ ଅନୁସାରେ ଜରୁରୀ ବୈଠକ କରି ତଦନ୍ତ ଆରମ୍ଭ ହୋଇଛି । ଗତ ଶୁକ୍ରବାର ମଧ୍ୟ ଥାଇଲାଣ୍ଡରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା । ଏଆଇ-୩୭୯ ବମାନକୁ ବୋମା ଧମକ ମିଳିବା ପରେ ୧୫୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବିମାନର ଜରୁରୀ ଅବତରଣ ହୋଇଥିଲା ।
#WATCH | An IndiGo flight 6E 2706 from Muscat - Kochi - Delhi made an emergency landing at Nagpur airport after a bomb threat was received. All passengers have been deboarded, investigation is underway, nothing suspicious has been found so far.
— ANI (@ANI) June 17, 2025
Visuals from Nagpur airport in… https://t.co/QQax2PkdN2pic.twitter.com/ANzfaJzm2U
ସେପଟେ ଅହମଦାବାଦରେ ମଧ୍ୟ ଆଜି ଏୟାର ଇଣ୍ଡିଆର ବିମାନର ଉଡାଣ ରଦ୍ଦ କରାଯାଇଛି । ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଟାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।
ଅଧିକ ପଢନ୍ତୁ-
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/06/17/bjN1jGd29eodhmCTw1st.jpg)