ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା ବଡ଼ ଧରଣର ବିଭ୍ରାଟ ସାରା ଦେଶରେ ବିମାନ ଯାତ୍ରାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି, ଥିରୁଅନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ବଡ଼ ଧରଣର ବିମାନ ବାତିଲ ଏବଂ ବିଳମ୍ବ ହେଉଛି । ଯାହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ହେବା ସହ ଯାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି ।  ଅନେକ ସ୍ଥାନରେ ଯାତ୍ରୀ ବିମାନ ବିଳମ୍ବ ଏବଂ ରଦ୍ଦ ପାଇଁ ହନ୍ତସନ୍ତ ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରୁଛନ୍ତି ।

Advertisment

ଆହୁରି ପଢନ୍ତୁ- Where is the metro project heading? ମେଟ୍ରୋ ପ୍ରକଳ୍ପ ଗତି କୁଆଡ଼େ! ବିଧାନସଭାରେ ବିଧାୟକଙ୍କ ଘନ ଘନ ପ୍ରଶ୍ନ

ଆଡଭାଇଜରୀ ଜାରି କଲା ଦିଲ୍ଲୀ ଏୟାରପୋର୍ଟ

ସେପଟେ ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଯାତ୍ରୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରାଯାଇଛି । ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶ ଜାରି କରି କହିଛି- ଆମେ ଖୁସିର ସହିତ ସୂଚନା ଦେଉଛୁ ଯେ ଇଣ୍ଡିଗୋ ବିମାନ ଚଳାଚଳ ଏବେ ଧୀରେ ଧୀରେ ଆରମ୍ଭ ହେଉଛି ଏବଂ ଏହା ସ୍ୱାଭାବିକ ଅବସ୍ଥାକୁ ଫେରି ଆସୁଛି। ଘରୁ ବାହାରିବା ପୂର୍ବରୁ ଦୟାକରି ଆପଣଙ୍କର ବୁକିଂ ଏବଂ ବିମାନର ସ୍ଥିତି ଯାଞ୍ଚ କରନ୍ତୁ... ବୋଲି କହିଛି ଦିଲ୍ଲୀ ଏୟାରପୋର୍ଟ ।

ଆଜି ବି ଅହମ୍ମଦାବାଦରୁ ୭ଟି ବିମାନ ବାତିଲ ହୋଇଛି । କୋଚି, ଜୟପୁର, ଇନ୍ଦୋରରେ ବିମାନ ସେବା ଆଜି ବି ପ୍ରଭାବିତ । ଥିରିଅନନ୍ତପୁରମ ବିମନାବନ୍ଦରରେ ୬ଟି ବିମାନ ରଦ୍ଦ । 

ଆହୁରି ପଢନ୍ତୁ- Remember 25: ମନେରହିବ ୨୫: କଲବଲ, ହଇଜା ଲଜ୍ଜା

ତିନିଦିନ ମଧ୍ୟରେ ସ୍ୱାଭାବିକ ହେବ ବିମାନ ସେବା

ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋର ବିମାନସେବା ବାଧାପ୍ରାପ୍ତ ହେବା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଭିନ୍ନ ବିମାନ କାର୍ଯ୍ୟସୂଚୀ, ବିଶେଷକରି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବାରେ ଦେଖା ଦେଇଥିବା ବ୍ୟାଘାତକୁ ସମାଧାନ କରିବା ପାଇଁ ଜରୁରୀ ଏବଂ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଫ୍ଲାଇଟ୍ ଡ୍ୟୁଟି ସମୟ ସୀମା (ଏଫଡିଟିଏଲ) ନିର୍ଦ୍ଦେଶକୁ ତୁରନ୍ତ ସ୍ଥଗିତ ରଖାଯାଇଛି। ବିମାନ ସୁରକ୍ଷା ସହିତ କୌଣସି ସାଲିସ ନକରି, ଏହି ନିଷ୍ପତ୍ତି କେବଳ ଯାତ୍ରୀ, ବିଶେଷକରି ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ରୋଗୀ ଏବଂ ଜରୁରୀ ଆବଶ୍ୟକତା ପାଇଁ ସମୟୋଚିତ ବିମାନ ଯାତ୍ରା ଉପରେ ନିର୍ଭର କରୁଥିବା ଅନ୍ୟମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯାଇଛି।