ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

timesnownews

ନୂଆଦିଲ୍ଲୀ: କୋଏମ୍ବାଟୁରରୁ ଆସୁଥିବା ଏକ ଇଣ୍ଡିଗୋ ବିମାନ ବୁଧବାର ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ପ୍ରାଥମିକ ସୂଚନା ଅନୁସାରେ, ବିମାନ କାର୍ଗୋ ବେରେ ଧୂଆଁ ବାହାରିବା ପରେ  ଅଲାରାମ୍‌ ବାଜିବା ପରେ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ବିମାନରେ ଥିବା ୧୬୮ ଯାତ୍ରୀ ଓ କ୍ରିୟୁ ସଦସ୍ୟ  ସୁରକ୍ଷିତ ଅଛନ୍ତି।

ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, କୋଏମ୍ବାଟୁରରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନର ପାଇଲଟ ସ୍ମୋକ୍‌ ଅଲାରାମ୍‌ ବାଜିବା ପରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ।  ବିମାନରେ କୌଣସି ସ୍ଥାନରେ ନିଆଁ ଲାଗିବାର ସମ୍ଭାବନା  ଦେଖା ଦେବା‌ ପରେ ସ୍ମୋକ୍‌ ଅଲାରାମ୍‌ ବାଜିଥାଏ । ବିମାନଟି ଜରୁରୀ ଅବତରଣ ପରେ କାର୍ଗୋ ବେରେ କୌଣସି ନିଆଁ ନ ଥିବା ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe