ହଠାତ୍ ବନ୍ଦ ହେଇଗଲା ଗେଟ୍, ଫସି ରହିଲେ ଯାତ୍ରୀ.. ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

Advertisment

ହଠାତ୍ ବନ୍ଦ ହୋଇଗଲା ବିମାନର ଗେଟ୍, ଭିତରେ ଫସି ରହିଲେ ଯାତ୍ରୀ । ୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ, ସେହି ବିମାନରେ ଥିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ...

ହଠାତ୍ ବନ୍ଦ ହୋଇଗଲା ବିମାନର ଗେଟ୍, ଭିତରେ ଫସି ରହିଲେ ଯାତ୍ରୀ । ୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ, ସେହି ବିମାନରେ ଥିଲେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ...

40 min

ରାଇପୁର: ହଠାତ୍ ବନ୍ଦ ହୋଇଗଲା ବିମାନର ଗେଟ୍, ଭିତରେ ଫସି ରହିଲେ ଯାତ୍ରୀ । ୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ । ଏଭଳି ଅଭାବନୀୟ ଘଚଣା ଦେଖିବାକୁ ମିଳିଛି ଛତିଶଗଡ ରାଇପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ । ଯେଉଁଠି ଇଣ୍ଡିଗୋ ବିମାନର ଗେଟ୍ ଲକ୍ ହୋଇଯିବାରୁ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।

ତେବେ ଦିଲ୍ଲୀରୁ ରାଇପୁର ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଦ୍ବିପର ୨ଟା ୨୫ରେ ଆସି ପହଞ୍ଚିଥିଲା । ବିମାନ ଅବତରଣ ପରେ ଯେତେବେଳେ ଯାତ୍ରୀମାନେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ଠିକ୍ ସେତେବେଳେ ଗେଟ୍ ଲକ୍ ହୋଇଗଲା । ବିମାନରେ ଯାତ୍ରୀ ବିରକ୍ତି ପ୍ରକାଶ କରିଥିବା ବେଳେ ସେହି ବିମାନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ଭିଆଇପି ଥିଲେ ।

ଇଣ୍ଡିଗୋ ବିମାନ ଖାଲି ଆଜି ନୁହେଁ କାଲି ମଧ୍ୟ ନାଗପୁରରେ ଜରୁରୀ ଅବତରଣ କରିଥିଲା । ବୋମା ଧମକ ମିଳିବା ପରେ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe