ବ୍ୟାଗ୍‌ରେ ବୋମା ରଖିଥିବା କଥା ଯାତ୍ରୀ କହିବା ପରେ ପାଟନାରେ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ

Advertisment
ବ୍ୟାଗ୍‌ରେ ବୋମା ରଖିଥିବା କଥା ଯାତ୍ରୀ କହିବା ପରେ ପାଟନାରେ ଅବତରଣ କଲା ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ

Image Courtesy of Zee News

ପାଟନା: ବ୍ୟାଗ୍‌ରେ ବୋମା ରଖିଛନ୍ତି ବୋଲି ଜଣେ ଯାତ୍ରୀ କହିବା ପରେ ଗୁରୁବାର ରାତିରେ ଦିଲ୍ଲୀ ଅଭିମୁଖେ ଯାତ୍ରାରତ ‘ଇଣ୍ଡିଗୋ ଫ୍ଲାଇଟ୍‌’ର ଗୋଟାଏ ବିମାନ ପାଟନା ବିମାନ ବନ୍ଦରରେ ଅବତରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ କରାଗଲା, ସେଥିରୁ ବୋମା ମିଳିଲା ନାହିଁ। ସେ ଯାତ୍ରୀଙ୍କୁ ଗିରଫ କରାଯିବା ପରେ ଇଣ୍ଡିଗୋ ବିମାନ ‘୬ଇ ୨୧୨୬’କୁ ଅଧିକ ତଲାସ କରାଯାଇଥିଲା।

ବୋମା ରଖିଛନ୍ତି ବୋଲି ଦାବି କରୁଥିବା ଉକ୍ତ ଯାତ୍ରୀଜଣକ ଋଷିଚାନ୍ଦ ସିଂହ ଏବଂ ତାଙ୍କୁ ବିମାନ ବନ୍ଦରରେ ଅଟକ ରଖିବା ପରେ ଗିରଫ କରାଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

publive-image Image Courtesy of India Today

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଋଷିଙ୍କର ମାନସିକ ବିକୃତି ରହିଥିବା ପରି ଜଣାପଡୁଛି।

କିନ୍ତୁ, ବିମାନରେ ବୋମା ଥିବାର ସୂଚନା ମିଳିଥିବାରୁ ସତର୍କତାମୂଳକ ପଦକ୍ଷେପସ୍ବରୂପ ପାଟନା ବିମାନ ବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଘଟଣାସ୍ଥଳରେ ‘ବମ୍‌ ସ୍କ୍ବାଡ୍‌’ ଏବଂ ପୁଲିସ ପହଞ୍ଚି ବିମାନଟିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ।

ଗଣମାଧ୍ୟମକୁ ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି, କିଛି ନ ମିଳିଲେ ବି ନିୟମ ଅନୁସାରେ ତଲାସ ଚାଲିଛି। ଉକ୍ତ ବିମାନର ଉଡ଼ାଣ ବାତିଲ କରାଯାଇଛି। ଆଗାମୀ କାଲି ସକାଳେ ଉକ୍ତ ବିମାନଟି ପୁନର୍ବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe