ଗୌହାଟି: ଆଜି ସକାଳେ ଆସାମର ଗୌହାଟିରୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ୨ଜଣ ବିଧାୟକଙ୍କୁ ନେଇ ଡିବ୍ରୁଗଡ଼ ଅଭିମୁଖେ ବାହାରିଥିବା ଏକ ଇଣ୍ଡିଗୋ ବିମାନ ଉଡ଼ିବାର ଅଳ୍ପ କେତୋଟି ମୁହୂର୍ତ୍ତ ପରେ ପୁଣି ଗୌହାଟିର ‘ଲୋକପ୍ରିୟ ଗୋପୀନାଥ ବୋର୍ଦୋଲାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କରିଛି।
ସଂଗୃହୀତ ତଥ୍ୟ ଅନୁସାରେ, ଆଜି ସକାଳ ୮.୪୦ରେ ‘୬ଇ୨୬୫୨’ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିଥିଲା ଓ ଫେରିଆସି ପ୍ରାୟ ୨୦ ମିନିଟ୍ ମଧ୍ୟରେ ନିରାପଦରେ ଅବତରଣ କଲା। ବୈଷୟିକ ତ୍ରୁଟି ବିମାନ ଫେରିବାର କାରଣ ବୋଲି ଜଣାପଡ଼ିଛି।
ବିମାନରେ ଥିବା ଅନ୍ୟାନ୍ୟ ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ପେଟ୍ରୋଲିୟ ଓ ପ୍ରାକୃତିକ ବାଷ୍ପ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି, ଏବଂ ଆସାମରେ ଶାସନ କରୁଥିବା ‘ବିଜେପି’ର ୨ଜଣ ବିଧାୟକ- ପ୍ରଶାନ୍ତ ଫୁକନ ଓ ତେରୋଶ ଗୋୱାଲା।
Image Courtesy of Zee Newsଗଣମାଧ୍ୟମକୁ ପ୍ରଶାନ୍ତ ଫୁକନ୍ କହିଛନ୍ତି, ଗୌହାଟିରୁ ବିମାନ ଉଡ଼ାଣ ସମୟର କୌଣସି ତ୍ରୁଟି ନ ଥିଲା। କିନ୍ତୁ, ୨୦ ମିନିଟ୍ ପରେ ବିମାନ ଗୌହାଟି ଫେରି ଆସି ‘ଲୋକପ୍ରିୟ ଗୋପୀନାଥ ବୋର୍ଦୋଲାଇ ଆନ୍ତର୍ଜାତିକ ବିମାନ ବନ୍ଦର’ରେ ଅବତରଣ କଲା। ବୈଷୟିକ ତ୍ରୁଟି ଦେଖା ଦେବାରୁ ପାଇଲଟ୍ମାନେ ବାଧ୍ୟ ହୋଇ ବିମାନଟିକୁ ଫେରାଇ ଆଣିଥିଲେ ବୋଲି ଏୟାର୍ଲାଇନ୍ର କର୍ମଚାରୀମାନେ ଆମକୁ ଜଣାଇଛନ୍ତି।
ଗୌହାଟିରେ ଅବତରଣ କରିବା କ୍ଷଣି ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇ ବିମାନଟିକୁ ଯାଞ୍ଚ ପାଇଁ ପଠାଇ ଦିଆଯାଇଥିଲା। ବିମାନଟି ଗୌହାଟି ପ୍ରତ୍ୟାବର୍ତ୍ତନ କରି ଅବତରଣ କରିଥିବା କଥା ବିମାନ ବନ୍ଦରର ଅଧିକାରୀମାନେ ସୁନିଶ୍ଚିତ କରିଥିଲେ ସୁଦ୍ଧା ତାହାର କାରଣ ସଂକ୍ରାନ୍ତରେ କିଛି ସୂଚନା ଦେଇ ନାହାନ୍ତି। ‘ଇଣ୍ଡିଗୋ’ କର୍ତ୍ତୃପକ୍ଷମାନେ ବି ଏ ବିଷୟରେ କୌଣସି ବିବୃତି ଦେଇ ନାହାନ୍ତି।
Follow Us