ଗୋଆ-ଚଣ୍ଡିଗଡ଼ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଯାତ୍ରୀ ଅଟକ

Advertisment
ଗୋଆ-ଚଣ୍ଡିଗଡ଼ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଯାତ୍ରୀ ଅଟକ

Image Courtesy of Oneindia

ପାନାଜୀ/ଭାସ୍କୋ: ଗୁରୁବାର ଦିନ ଚଣ୍ଡୀଗଡ଼ଗାମୀ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ପୁଲିସ ଅଟକ ରଖିଛି।

ଅଟକ ଥିବା ଯାତ୍ରୀଜଣକ ହେଉଛନ୍ତି ୨୮ ବର୍ଷିୟ ବିଶାଳ ଶାଣ୍ଡିଲ୍‌। ସେ ଜରୁରୀକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରିବାରୁ ବିମାନଟିକୁ ଗୋଆ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରାଇ ସେଥିରେ ଥିବା ଯାତ୍ରୀମାନଙ୍କୁ ଅନ୍ୟ ଏକ ବିମାନରେ ଚଣ୍ଡୀଗଡ଼ ପଠାଯାଇଥିଲା। ଅବତରଣ କରିଥିବା ‘ଇଣ୍ଡିଗୋ’ ଏୟାର୍‌ବସ୍‌ ଏ୩୨୦ ବିମାନରେ ପ୍ରାୟ ୧୮୦ଜଣ ଯାତ୍ରୀ ଥିଲେ।

ଗୋଆ ବିମାନବନ୍ଦର ନିର୍ଦେଶକ ଏସ୍. ଟି. ଭି. ଧନମ୍‌ଜୟ ରାଓ କହିଛନ୍ତି ଯେ, ଘଟଣା ପରେ ବିମାନଟିକୁ ଅବତରଣ କରାଯିବା ସହିତ ତା’ର ଯାତ୍ରା ବାତିଲ କରାଯାଇଥିଲା। ସେଥିରେ ଥିବା ଯାତ୍ରୀମାନଙ୍କ ପାଇଁ ଇଣ୍ଡିଗୋ ଅନ୍ୟ ଏକ ବିମାନ ବ୍ୟବସ୍ଥା କରିଥିଲା।

publive-image Image Courtesy of WION

ଡାବୋଲିମ୍‌ ଥାନାରେ ଇଣ୍ଡିଗୋ ଅଭିଯୋଗ କରିବା ପରେ ଗୋଆ ପୁଲିସ ହିମାଚଳ ପ୍ରଦେଶବାସୀ ଶାଣ୍ଡିଲ୍‌ଙ୍କୁ ଅଟକ ରଖିଥିଲା। ଅଭିଯୋଗ ‌ହୋଇଛି କି, ଶାଣ୍ଡିଲ୍‌ ଇଣ୍ଡିଗୋ ବିମାନ ନମ୍ବର ୬ଇ-୭୨୪ର ଜରୁରୀକାଳୀନ ପ୍ରସ୍ଥାନ ପଥର ‘ଫ୍ଲାପ୍‌ କଭର୍‌’ ଖୋଲି କବାଟର ‘କଣ୍ଟ୍ରୋଲ୍‌ ହ୍ୟାଣ୍ଡଲ୍‌’ ଟାଣିଥିଲେ। ଯାତ୍ରୀମାନେ ଏକଥା ଦେଖି କ୍ୟାବିନ୍‌ କ୍ରୁ’ଙ୍କୁ ଅବଗତ କରାଇଥିଲେ।

ଶାଣ୍ଡିଲ୍‌ଙ୍କୁ ପୁଲିସ ଜିମାରେ ଦେବା ବେଳେ ଫାଇଲ୍‌ କରିଥିବା ଅଭିଯୋଗରେ ଇଣ୍ଡିଗୋ କର୍ମଚାରୀମାନେ ଲେଖିଛନ୍ତି ଯେ, ସେ ଯାତ୍ରୀ ଓ ବିମାନ ପରିଚାରକମାନଙ୍କ ଜୀବନ ଓ ବ୍ୟକ୍ତିଗତ ନିରାପତ୍ତା ବିପନ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe