ଭିନ୍ନକ୍ଷମ ପିଲା ସହ ଦୁର୍ବ୍ୟବହାର କରିଛି ଇଣ୍ଡିଗୋ: ଡିଜିସିଏ

Advertisment
ଭିନ୍ନକ୍ଷମ ପିଲା ସହ ଦୁର୍ବ୍ୟବହାର କରିଛି ଇଣ୍ଡିଗୋ: ଡିଜିସିଏ

Image Courtesy of NDTV

ନୂଆଦିଲ୍ଲୀ: କିଛି ଦିନ ତଳେ ସ୍ବାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା’ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌’ର ଜଣେ ପ୍ରତିନିଧି ବିମାନ ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ। ଏହି ଘଟଣାକୁ ନେଇ ଦେଶରେ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ଇଣ୍ଡିଗୋକୁ ତାଗିଦ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ(ଡିଜିସିଏ)।

ଭିନ୍ନକ୍ଷମ ପିଲା ସହ ରାଞ୍ଚି ବିମାନବନ୍ଦରରେ ଦୁର୍ବ୍ୟବହାର କରାଯିବା ଘଟଣାକୁ ନେଇ ଇ‌ଣ୍ଡିଗୋ ଏୟାରଲାଇନକୁ କାରଣ ଦର୍ଶାଅ ନୋଟିସ ପଠାଇଛି ଡିଜିସିଏ। କାହିଁକି ଦୁର୍ବ୍ୟବହାର ପାଇଁ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛି ଡିଜିସିଏ। ଆଗାମୀ ୧୦ ଦିନ ମଧ୍ୟରେ ଇଣ୍ଡିଗୋକୁ ଡିଜିସିଏ ନୋଟିସର ଜବାବ ଦେବାକୁ ପଡିବ। ଜବାବ ମିଳିବା ପରେ ଘଟଣା ପାଇଁ ଦାୟୀ ଥିବା ପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଡିଜିସିଏ।

IndiGo indiatoday

ଉଲ୍ଲେଖଯୋଗ୍ୟ, ଘଟଣା ସମୟରେ ଉପସ୍ଥିତ ଥିବା ଅଭିନନ୍ଦନ ମିଶ୍ର ନାମରେ ଜଣେ ଯାତ୍ରୀ ପୋଷ୍ଟ୍‌ କରିଥିବା ଟୁଇଟ୍‌ ଅନୁସାରେ, ସ୍ବାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା’ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌’ର ଜଣେ ପ୍ରତିନିଧି ବିମାନ ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ।

ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନ‌େ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବ‌ୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କୁ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe