ଇଣ୍ଡିଗୋ ମ୍ୟାନେଜର୍‌ଙ୍କୁ ହତ୍ୟା ମାମଲା: ବିହାରରେ ନିଜ ସରକାରକୁ ଘେରିଲେ ବିଜେପି ସାଂସଦ

Advertisment
ଇଣ୍ଡିଗୋ ମ୍ୟାନେଜର୍‌ଙ୍କୁ ହତ୍ୟା ମାମଲା: ବିହାରରେ ନିଜ ସରକାରକୁ ଘେରିଲେ ବିଜେପି ସାଂସଦ

IndiaTV News

ପାଟନା : ବିହାରର ପାଟନାରେ ଗତକାଲି ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ମ୍ୟାନେଜର୍‌ଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରାଯିବା ମାମଲାରେ ରାଜ୍ୟର ଦୁଇ ଜଣ ବିଜେପି ସାଂସଦ ରାଜ୍ୟ ସରକାରକୁ ଘେରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣ ନାହିଁ ବୋଲି ବିଜେପି ସାଂସଦ ବିବେକ ଠାକୁର ଏବଂ ଗୋପାଳ ନାରାୟଣ ସିଂହ କହିଛନ୍ତି। ୪୪ ବର୍ଷୀୟ ରୂପେଶ କୁମାର ସିଂହ ଘରୋଇ ବିମାନ ଚଳାଚଳ ସଂସ୍ଥା ଇଣ୍ଡିଗୋର ମ୍ୟାନେଜର ଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନଠାରୁ ମାତ୍ର ୨କିମି ଦୂରରେ ଏହି ଘଟଣା ଘଟିଛି। ସେ ତାଙ୍କ ଗେଟ୍‌ ଖୋଲିବା ପର୍ଯ୍ୟନ୍ତ ଏସ୍‌ୟୁଭିରେ ବସି ଅପେକ୍ଷା କରିଥିବା ବେଳ ଦୁଇ ଜଣ ବ୍ୟକ୍ତି ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ପାଟନା ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ପାଟନା ବିମାନ ବନ୍ଦରରେ କୋଭିଡ୍‌ ଟିକା ପହଞ୍ଚିବା ସମୟରେ ସେ ଉପସ୍ଥିତ ଥିଲେ। ଉକ୍ତ ହତ୍ୟା ଘଟଣାର ତଦନ୍ତ ଭାର ଏକ ସ୍ବତନ୍ତ୍ର ଟିମ୍‌କୁ ଦିଆଯାଇଛି। ରୁପେଶ କୁମାରଙ୍କ ଘର ଛାପ୍ରାରେ। ତାଙ୍କର ୧୦ ବର୍ଷରୁ କମ୍‌ ବୟସର ୨ ସନ୍ତାନ ଅଛନ୍ତି। ବହୁ ରାଜନେତା ଏବଂ ଅମଲାଙ୍କର ସେ ଜଣାଶୁଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe