ଇଣ୍ଡିଗୋ ଯାତ୍ରୀ ‘ପାଟନା ଯିବାକୁ ବିମାନରେ ଚଢ଼ିଥିଲେ’; ଅବତରଣ କଲେ ଉଦୟପୁରରେ

Advertisment
ଇଣ୍ଡିଗୋ ଯାତ୍ରୀ ‘ପାଟନା ଯିବାକୁ ବିମାନରେ ଚଢ଼ିଥିଲେ’; ଅବତରଣ କଲେ ଉଦୟପୁରରେ

ନୂଆଦିଲ୍ଲୀ: ଦିଲ୍ଲୀରୁ ପାଟନାକୁ ବିମାନ ଉଡ଼ାଣ କରିବା ପାଇଁ ଜଣେ ଯାତ୍ରୀ ଇଣ୍ଡିଗୋ ବିମାନରେ ଟିକେଟ କରି ବିମାନରେ ଚଢ଼ିଥିଲେ। କିନ୍ତୁ, ସେ ଅବତରଣ କରିଥିଲେ ଯାଇ ଉଦୟପୁରରେ। ଏହି ଅଭାବନୀୟ ଘଟଣା ଜାନୁଆରି ୩୦ରେ ଘଟିଥିଲା। ଅଫସର ହୁସେନ ନାମକ ଏହି ଯାତ୍ରୀ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ୬ଇ-୨୧୪ରେ ପାଟନା ପାଇଁ ଟିକେଟ୍‌ ବୁକ୍‌ କରିଥିଲେ। କିନ୍ତୁ ଉଦୟପୁର ଉଡାଣ ଭରିବାକୁ ଥିବା ୬ଇ-୩୧୯ ବିମାନରେ ଚଢି ଯାଇଥିଲେ।

ଏହି ବିଭ୍ରାନ୍ତି ସେତିକିବେଳେ ଘଟିଥିବା ଜଣାଯାଇଛି ଯେତେବେଳେ ସେ ଭୁଲବଶତଃ ଭୁଲ ବିମାନର ସଟଲ ବସ୍‌ରେ ଚଢ଼ି ଯାଇଥିଲେ ଯାହାକି ଯାତ୍ରୀମାନଙ୍କୁ ଉଦୟପୁର ବିମାନକୁ ନେବା ପାଇଁ ଉଦ୍ଦିଷ୍ଟ ଥିଲା।

ଏ ଘଟଣା ଜଣାପଡ଼ିବା ପରେ ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ପ୍ରସଙ୍ଗରେ ଇଣ୍ଡିଗୋରୁ ଏକ ରିପୋର୍ଟ ମାଗିଛନ୍ତି। ଡିଜିସିଏର ଜଣେ ଅଧିକାରୀ କହିଛନ୍ତି, ଆମେ ଏହି ବିଷୟରେ ଏକ ରିପୋର୍ଟ ମାଗିଛୁ ଏବଂ ରିପୋର୍ଟ ମିଳିବା ପରେ ସଂପୃକ୍ତ ବିମାନ ସେବା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଡିସିଜିଏ ଜାଣିବାକୁ ଚାହିଁଛି ଯେ ଯେତେବେଳେ ଏକ ନିୟମ ରହିଛି; ସେତେବେଳେ ଯାତ୍ରୀଙ୍କ ବୋର୍ଡିଂ ପାସ୍‌ କାହିଁକି ପୁଙ୍ଖାନୁପୁଙ୍ଖ ଭାବରେ ସ୍କାନ୍‌ କରାଯାଇ ନଥିଲା; ଯାହା ଅନ୍ତିମ ବୋର୍ଡିଂ ପୂର୍ବରୁ ଦୁଇଟି ପଏଣ୍ଟରେ ଯାଞ୍ଚର ଆବଶ୍ୟକ କରେ।

ଉଦୟପୁର ବିମାନବନ୍ଦରରେ ଅବତରଣ କରିବା ପରେ ଅଫସର ହୁସେନ ତୁରନ୍ତ ସେଠାରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ଇଣ୍ଡିଗୋ ତାଙ୍କୁ ସେହି ଦିନ ଦିଲ୍ଲୀକୁ ଏବଂ ପରେ ଜାନୁଆରି ୩୧ରେ ପାଟନାକୁ ବିମାନରେ ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe