ମହିଳାଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଇଣ୍ଡିଗୋ ପାଇଲଟ୍‌ଙ୍କୁ ‘ଅଫ୍‌-ରୋଷ୍ଟର୍‌’ କରାଯାଇଛି: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

Advertisment
ମହିଳାଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଇଣ୍ଡିଗୋ ପାଇଲଟ୍‌ଙ୍କୁ ‘ଅଫ୍‌-ରୋଷ୍ଟର୍‌’ କରାଯାଇଛି: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

Image Source: Zee News

ନୂଆଦିଲ୍ଲୀ: ଜଣେ ମହିଳା ଯାତ୍ରୀ ଏବଂ ହୁଇଲ୍‌-ଚେୟାର୍‌ ବସିଥିବା ତାଙ୍କ ୭୦ ବର୍ଷୀୟ ମାଆଙ୍କୁ ହଇରାଣ ଏବଂ ଦୁର୍ବ୍ୟବହାର କରିଥିବା ଇଣ୍ଡିଗୋ ଏୟାର୍‌ଲାଇନ୍‌ ପାଇଲଟ୍‌ଙ୍କୁ ‘ଅଫ୍‌-ରୋଷ୍ଟର୍‌’ (କାର୍ଯ୍ୟରୁ ଅନ୍ତର) କରାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ହୋଇଛି।

ମହିଳାଜଣକ ଏ ସଂକ୍ରନ୍ତରେ ଟୁଇଟ୍‌ କରି ଅଭିଯୋଗ କରିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଘଟଣାରେ ସମ୍ପୃକ୍ତ ପାଇଲଟ୍‌ଙ୍କୁ ‘ଅଫ୍‌-ରୋଷ୍ଟର୍‌’ (କାର୍ଯ୍ୟରୁ ଅନ୍ତର) କରାଯାଇଛି।

ସେ ପାଇଲଟ୍‌ଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ବୁଧବାର ଦିନ ଇଣ୍ଡିଗୋ ଏୟାର୍‌ଲାଇନ୍‌ ଅଭିଯୋଗକାରିଣୀ ମହିଳା ଯାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛି।

publive-image Image Source: The Times of India

ଟୁଇଟ୍‌ କରି ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ କହିଛି: ଗତରାତିରେ ଚେନ୍ନାଇ-ବାଙ୍ଗାଲୋର୍‌ ବିମାନରେ ଜଣେ ଯାତ୍ରୀ କରିଥିବା ଅଭିଯୋଗ କଥା ଆମକୁ ମାଲୁମ ଅଛି। ଘଟଣା ସମ୍ପର୍କରେ ଅଭ୍ୟନ୍ତରୀଣ ସମୀକ୍ଷା ଚାଲିଛି ଏବଂ ଏହା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କର ଅଭିଯୋଗ ଉତ୍ତମ ଭାବେ ହୃଦୟଙ୍ଗମ କରିବା ସହ ଭବିଷ୍ୟତରେ ଏ ଭଳି ଘଟଣା ଏଡ଼ାଇବା ନିମନ୍ତେ ଆମ୍‌ ଟିମ୍‌ ଅଭିଯୋଗକାରିଣୀଙ୍କ ସହ ଯୋଗାଯୋଗ ରଖିଛି।

ଚାଲିବାରେ ଅସୁବିଧା ହେଉଥିବା ନିଜର ସତୁରୀ ବର୍ଷ ବୟସ୍କା ମାଆଙ୍କ ନିମନ୍ତେ ଜଣେ ହୁଇଲ୍‌ଚେୟାର୍‌ ସହକାରୀ ପାଇଁ ଅନୁରୋଧ କରିଥିବା ସୁପ୍ରିୟା ଉନ୍ନି ନାୟାର୍‌ ନାମ୍ନୀ ସେ ମହିଳା ଯାତ୍ରୀ ପରେ ଟୁଇଟ୍‌ର୍‌ରେ ଏ କଥା ଲେଖିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ପାଇଲଟ୍‌ ତାଙ୍କୁ ଗାଳିଗୁଲଜ କରିଥିବା କଥା ସୁପ୍ରିୟା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe