ବୈଷୟିକ ତ୍ରୁଟି ଯୋଗୁଁ କରାଚୀକୁ ଗଲା ସାରଜାରୁ ହାଇଦ୍ରାବାଦ୍‌ ଆସୁଥିବା ବିମାନ

Advertisment
ହିନ୍ଦୀ, ଇଂରାଜୀ ଜାଣିନଥିବା ଯାତ୍ରୀଙ୍କ ସିଟ୍‌ ବଦଳାଇଲା ଇଣ୍ଡିଗୋ

Image Courtesy of India Today

ନୂଆଦିଲ୍ଲୀ: ଆଜି ସକାଳେ ସଂଯୁକ୍ତ ଆରବ ଏମିରେଟସ୍‌ର ସାରଜାରୁ ହାଇଦ୍ରାବାଦ ଅଭିମୁଖେ ଆସୁଥିବା ‘ଇଣ୍ଡିଗୋ ଏୟାର୍‌ଲାଇନ୍‌’ର ଗୋଟାଏ ବିମାନରେ ପାଇଲଟ୍‌ ବୈଷୟିକ ତ୍ରୁଟି ଲକ୍ଷ୍ୟ କରିବା ପରେ ତାହାକୁ ପାକିସ୍ତାନର କରାଚୀକୁ ନିଆଯାଇଛି।

ସେଥିରେ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ‌ଲାଗି କରାଚୀକୁ ଆଉ ଗୋଟାଏ ବିମାନ ପଠାଇବା ଲାଗି ‘ଇଣ୍ଡିଗୋ ଏୟାର୍‌ଲାଇନ୍‌’ ଯୋଜନା କରୁଥିବା କୁହାଯାଉଛି।

ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଇଣ୍ଡିଗୋ ଏୟାର୍‌ଲାଇନ୍‌’ କହିଛି: ସାରଜା-ହାଇଦ୍ରାବାଦ୍‌ ବିମାନରେ ପାଇଲଟ୍‌ ବୈଷୟିକ ତ୍ରୁଟି ଦେଖିବା ପରେ ସତର୍କତାମୂଳକ ପଦକ୍ଷେପସ୍ବରୂପ ସେ ବିମାନଟିକୁ ପାକିସ୍ତାନର କରାଚୀକୁ ନିଆଯାଇଛି। କରାଚୀ ବିମାନ ବନ୍ଦରରେ ଉକ୍ତ ବିମାନଟିର ଯାଞ୍ଚ ଚାଲିଛି। ଯାତ୍ରୀମାନଙ୍କୁ ହାଇଦ୍ରାବାଦକୁ ଆଣିବା ନିମନ୍ତେ ଗୋଟାଏ ଅତିରିକ୍ତ ବିମାନ ପଠାଯାଉଛି।

publive-image Image Courtesy of TimesNow

ସୂଚନାଯୋଗ୍ୟ ଗତ ୨ ସପ୍ତାହ ମଧ୍ୟରେ କରାଚୀରେ ଅବତରଣ କରିବାରେ ଏହା ହେଉଛି ଦ୍ବିତୀୟ ଭାରତୀୟ ଏୟାର୍‌ଲାଇନ୍‌ର ବିମାନ।

ଚଳିତ ମାସ ପ୍ରାରମ୍ଭରେ (ଜୁଲାଇ ୫) ପ୍ରାୟ ୧୫୦ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ‘ସ୍ପାଇସ୍‌ଜେଟ୍‌’ର ଗୋଟାଏ ବିମାନର ଇଣ୍ଡିକେଟର୍‌ ଲାଇଟ୍‌ ଅକାମିକା ହୋଇଯିବାରୁ ତାହା କରାଚୀରେ ଅବତରଣ କରିଥିଲା। ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। କିନ୍ତୁ, ଘଟଣା ସମ୍ପର୍କରେ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ ଜାଣିବା ପରେ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe