ଆଗଧାଡ଼ିର କୋଭିଡ୍‌ ଯୋଦ୍ଧା ଦେଶର ଡାକ୍ତର ଓ ନର୍ସଙ୍କ ବିମାନ ଯାତ୍ରାରେ ୨୫ ପ୍ରତିଶତର ରିହାତି ପ୍ରଦାନ କରିବ ଇଣ୍ଡିଗୋ

Advertisment
ଅଧା ଆକାଶରେ ଚାଲିଗଲା ଜୀବନ, ହୃଦ୍‌ଘାତରେ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ମୃତ୍ୟୁ

NDTV

ନୂଆଦିଲ୍ଲୀ: ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସମ୍ମୁଖ ଭାଗରେ ରହି ଏହି ଲଢ଼େଇ ଲଢ଼ୁଥିବା ଦେଶର ଡାକ୍ତର ଓ ନର୍ସମାନଙ୍କର ବିମାନ ଭଡ଼ା ଉପରେ ୨୫ ପ୍ରତିଶତର ରିହାତି ପ୍ରଦାନ କରିବାକୁ ଆଜି ଘରୋଇ ବିମାନ ଚଳାଚଳ କମ୍ପାନି ଇଣ୍ଡିଗୋ ଘୋଷଣା କରିଛି। ଇଣ୍ଡିଗୋର ଏହି ଯୋଜନା ଚଳିତ ୨୦୨୦ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କମ୍ପାନି ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ ଘୋଷଣା କରାଯାଇଛି।

ଘରୋଇ ବିମାନ କମ୍ପାନି ଇଣ୍ଡିଗୋ ଏୟାରଲାଇନ୍‌ସ ପକ୍ଷରୁ ଜାରି ହୋଇଥିବା ଏହି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ ନର୍ସ ଏବଂ ଡାକ୍ତରମାନେ କେବଳ ସେମାନଙ୍କର ପରିଚୟର ପ୍ରମାଣ ରୂପେ ନିଜ ନିଜର ହସ୍ପିଟାଲ ଆଇଡେଣ୍ଟଟିଟି କାର୍ଡକୁ ଚେକ୍‌-ଇନ୍‌ ସମୟରେ ପ୍ରଦର୍ଶିତ କରିବାକୁ ହେବ। ଏଥିସହ ଏଥିରେ କୁହାଯାଇଛି ଯେ ଇଣ୍ଡିଗୋ ୱେବସାଇଟ୍‌ ମାଧ୍ୟମରେ ଯାତ୍ରା ଟିକେଟ ବୁକିଂ କରିବା ସମୟରେ ଜୁଲାଇ ୧, ୨୦୨୦ରୁ ଡିସେମ୍ବର ୩୧,୨୦୨୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଦେଶର ନର୍ସ ଓ ଡାକ୍ତରମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe