ଇନ୍ଦିରା ବି ଅଯୋଧ୍ୟାକୁ ନୂଆ ରୁପ ଦେବାକୁ ଚାହିଥିଲେ

Advertisment
ଇନ୍ଦିରା ବି ଅଯୋଧ୍ୟାକୁ ନୂଆ ରୁପ ଦେବାକୁ ଚାହିଥିଲେ

Image Courtesy of India Today

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ଅଯୋଧ୍ୟାକୁ ଏକ ନୂଆ ରୁପ ଦେବାକୁ ଚାହିଥିଲେ। ଇନ୍ଦିରା ମଧ୍ୟ ଏହି ପବିତ୍ର ସହରର ରାଜନୈତିକ କ୍ଷମତା ସମ୍ପର୍କରେ ଭଲଭାବେ ଅବଗତ ଥିଲେ। ଇନ୍ଦିରା କେବଳ ମୁସଲମାନଙ୍କୁ ସମର୍ଥନ କରୁନାହାନ୍ତି , ତାହା ସେ ସମସ୍ତଙ୍କ ମନରେ ବିଶ୍ବାସ ଜନ୍ମାଇବାପାଇଁ ଖୁବ୍‌ ସନ୍ତୁଳନ ରକ୍ଷା କରି କାମ କରିଥିଲେ। ଅଯୋଧ୍ୟାର ବିକାଶ ପାଇଁ ସେ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ। ସେ ଅଯୋଧ୍ୟାକୁ ଏକ ତୀର୍ଥ କେନ୍ଦ୍ର ଭାବେ ପ୍ରସ୍ତୁତ କରିବାକୁ ଚାହିଥିଲେ ଏବଂ ଏନେଇ ବିଭିନ୍ନ ଯୋଜନାର ତ୍ବରାନ୍ବିତ କରିଥିଲେ।

ଅଯୋଧ୍ୟାରେ ପର୍ଯ୍ୟଟନ ବିଭାଗର ଏକ ହୋଟେଲ୍‌କୁ ଆଧୁନିକୀକରଣ କରାଯାଇଥିଲା ଏବଂ ସହରକୁ ଏକ ନୂଆ ରୂପ ଦେବାପାଇଁ ଅନେକ ଅଧିକାରୀ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୧୯୮୦ ରେ ଇନ୍ଦିରା ଗାନ୍ଧୀ ପୁଣି କ୍ଷମତାକୁ ଫେରିବାପରେ ହିନ୍ଦୁଙ୍କ ପ୍ରାଧ୍ୟାନ୍ୟକୁ ଗୁରୁତ୍ବ ଦେଉଥିବା କହିଥିଲେ। ଦେଶବ୍ୟାପୀ ବିଭିନ୍ନ ପବିତ୍ର ନଦୀ, ଧର୍ମପୀଠ ଏବଂ ମନ୍ଦିରକୁ ମଧ୍ୟ ସେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe