ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମୁମ୍ବାଇର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର କରିମ୍ ଲାଲାକୁ ନିୟମିତ ଭେଟୁଥିଲେ ବୋଲି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଆଜି କହିଛନ୍ତି। ଇନ୍ଦିରା ଯେଉଁ ସମୟରେ ଗ୍ୟାଙ୍ଗ୍ଷ୍ଟର କରିମ୍ ଲାଲାଙ୍କୁ ଭେଟୁଥିଲେ, ସେତେବେଳେ ସଞ୍ଜୟ ସାମ୍ବାଦିକତା କରୁଥିଲେ। ସେତେବେଳେ କରିମ୍ ଲାଲା, ଦାଉଦ୍ ଇବ୍ରାହିମ୍, ଛୋଟା ସକିଲ୍ ଏବଂ ଶରଦ ସେଟ୍ଟୀଙ୍କ ଭଳି ଗ୍ୟାଙ୍ଗ୍ଷ୍ଟର ସମଗ୍ର ମୁମ୍ବାଇକୁ ନିୟନ୍ତ୍ରଣ କରୁଥିଲେ। ମୁମ୍ବାଇ ପୁଲିସ କମିସନର କିଏ ହେବ ଏବଂ ସଚିବାଳୟରେ କିଏ ବସିବ, ତାହା ଗ୍ୟାଙ୍ଗ୍ଷ୍ଟରମାନେ ସ୍ଥିର କରୁଥିଲେ ବୋଲି ଆଜି ରାଉତ ଏକ ସାକ୍ଷାତକାରରେ କହିଛନ୍ତି। ସେତେବେଳେ କୁଖ୍ୟାତ ମାଫିଆ ହାଜି ମସ୍ତାନ ମଧ୍ୟ ସଚିବାଳୟକୁ ଆସୁଥିଲେ ଏବଂ ଅଫିସରମାନେ ତାକୁ ସଲାମ କରୁଥିଲେ। ଇନ୍ଦିରା ଗାନ୍ଧୀ ସେତେବେଳେ ଗ୍ୟାଙ୍ଗଷ୍ଟର କରିମ୍ ଲାଲାକୁ ଭେଟିବାକୁ ଦକ୍ଷିଣ ମୁମ୍ବାଇକୁ ଆସୁଥିଲେ ବୋଲି ରାଉତ କହିଛନ୍ତି। କରିମ୍ ଲାଲା ୧୯୬୦ରୁ ୧୯୮୦ ଯାଏ ମଦ ବ୍ୟବସାୟ, ଦାଦାବଟି ଆଦାୟ ଏବଂ ଜୁଆଖେଳରେ ଲିପ୍ତ ଥିଲା। ୨୦୦୨ରେ ତାର ମୃତ୍ୟୁ ହୋଇଥିଲା। ତେବେ ସେ ମଧ୍ୟ ଦାଉଦ ଇବ୍ରାହିମ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କର ଫଟୋ ଉଠାଇଥିଲେ ବୋଲି ରାଉତ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us