ନୂଆଦିଲ୍ଲୀ : ଭାରତର ‘ଆଇରନ୍ ଲେଡି’ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ରବିବାର ଦିନ ୩୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଶକ୍ତି ସ୍ଥଳରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାହୁଲ ଟ୍ବିଟ୍ କରି କହିଥିଲେ, ଭାରତର ଆଇରନ୍ ଲେଡି ସ୍ବର୍ଗତା ଇନ୍ଦିରା ଗାନ୍ଧି ନାରୀ ଶକ୍ତିର ଶ୍ରେଷ୍ଠ ଉଦାହରଣ। ଶେଷ ପର୍ଯ୍ୟନ୍ତ ସେ ନିର୍ଭୟରେ ଦେଶ ସେବା କରିଥିଲେ। ତାଙ୍କ ଜୀବନୀ ଆମ ପାଇଁ ପ୍ରେରଣାର ଉତ୍ସ। ବଳିଦାନ ଦିବସରେ ସେହି ମହିୟସୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ବୋଲି ରାହୁଳ ଟ୍ବିଟ୍ କରିଛନ୍ତି। ଇନ୍ଦିରା ଗାନ୍ଧିଙ୍କ ସହ ନିଜ ପିଲାବେଳର ଫଟୋ ପୋଷ୍ଟ କରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଟ୍ବିଟ୍ କରିଛନ୍ତି, ‘ତୁମ ଜୀବନ ଉତ୍ସାହର ବାର୍ତ୍ତା ଦିଏ। ନିର୍ଭୀକ ଦେଶଭକ୍ତି ପାଇଁ ପ୍ରେରଣା ଯୋଗାଏ। ଅନ୍ୟାୟ ବିରୋଧରେ ଲଢ଼େଇ କରି ନ୍ୟାୟ ହାସଲ କରିବାର ମାର୍ଗ ଦେଖାଏ। ତୁମ ଜୀବନୀ ସମଗ୍ର ଦେଶବାସୀଙ୍କ ପାଇଁ ପ୍ରେରଣା ଯୋଗାଇବ। ବଳିଦାନ ଦିବସରେ ତୁମକୁ କୋଟି ପ୍ରଣାମ’ ବୋଲି ପ୍ରିୟଙ୍କା ଟ୍ବିଟ୍ କରିଛନ୍ତି।
ଇନ୍ଦିରା ଗାନ୍ଧି ନାରୀ ଶକ୍ତିର ଶ୍ରେଷ୍ଠ ଉଦାହରଣ: ରାହୁଲ
Advertisment
Follow Us