Image Courtesy of Knowledia News
ନୂଆଦିଲ୍ଲୀ: ସତୁରି ଦଶକ(୧୯୭୫)ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଇବା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧିଙ୍କର ଏକ ଭୁଲ ନିଷ୍ପତ୍ତି ଥିଲା ବୋଲି ତାଙ୍କ ନାତି ତଥା କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ସ୍ବୀକାର କରିଛନ୍ତି। ତେବେ ସମ୍ପ୍ରତି ଗାଣତନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅସହାୟତା ପରିପ୍ରେକ୍ଷୀରେ ସେତେବେଳର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା ବୋଲି ସେ କହିଛନ୍ତି। ଏବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଯେଭଳି ବିଭିନ୍ନ କ୍ଷେତ୍ରରେ ହସ୍ତକ୍ଷେପ କରି ଚାଲିଛି ଇନ୍ଦିରାଙ୍କ ବେଳେ ତାହା ନଥିଲା ବୋଲି ସେ କହିଛନ୍ତି। ରାହୁଲଙ୍କ ଏପରି ସ୍ବୀକାରୋକ୍ତିକୁ ନିଶାଣ କରି ବିଜେପି ପକ୍ଷରୁ ତାଙ୍କ ଟିପ୍ପଣୀର କଡ଼ା ଜବାବ ଦିଆଯାଇଛି। ଆର୍ଏସ୍ଏସ୍ ସମ୍ପର୍କରେ ଏପରି ନକାରାତ୍ମକ ଟିପ୍ପଣୀ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି କହିଛି।
Follow Us