ଦଳରେ ଥିବା ବିଶୃଙ୍ଖଳାକୁ ନିୟନ୍ତ୍ରଣ କରାଯିବ: ହିମାଚଳ ପରାଜୟରେ ବିଦ୍ରୋହୀଙ୍କ ଭୂମିକା ବିଷୟରେ କହିଲେ ‘ବିଜେପି’ ମୁଖ୍ୟ ନଡ୍ଡା

ଦଳରେ ଥିବା ବିଶୃଙ୍ଖଳାକୁ ନିୟନ୍ତ୍ରଣ କରାଯିବ: ହିମାଚଳ ପରାଜୟରେ ବିଦ୍ରୋହୀଙ୍କ ଭୂମିକା ବିଷୟରେ କହିଲେ ‘ବିଜେପି’ ମୁଖ୍ୟ ନଡ୍ଡା

Image Courtesy of News18

ନୂଆଦିଲ୍ଲୀ: ଦଳର ରାଙ୍କ୍‌ରେ ଥିବା ବିଶୃଙ୍ଖଳା ନିୟନ୍ତ୍ରଣ କରାଯିବ ବୋଲି ହିମାଚଳ ପ୍ରଦେଶ ନିର୍ବାଚନରେ ‘ବିଜେପି’ର ପରାଜୟ ପରେ ଆଜି ଦଳର ମୁଖ୍ୟ ଜେ.ପି. ନଡ୍ଡା କହିଛନ୍ତି।

ନିର୍ବାଚନ ପୂର୍ବରୁ ଦଳରେ ହୋଇଥିବା ବିଦ୍ରୋହ ଓ ‘ଟ୍ରେଣ୍ଡ୍‌’ କଥା ବି ନଡ୍ଡା କହିଛନ୍ତି। ‘ଆଜ୍‌ ତକ୍‌’ର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଟ୍ରେଣ୍ଡ୍‌ ବିକଶିତ ହୁଏ। ଆମେ ତା’ର ଅବସାନ ଘଟାଇବା ଆବଶ୍ୟକ। ସେ ଯେମିତି ଦଳକୁ ନ ଫେରନ୍ତି, ସେଥିପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ। ଆମେ ଯଦି ଏହି ଦାୟିତ୍ବ ନିର୍ବାହ କରିବା, ଆଗକୁ ସବୁ ସମସ୍ୟା ଆପେ ସମାଧାନ ହୋଇଯିବ।

publive-image Image Courtesy of NDTV

ହିମାଚଳରେ ଦଳର ବିଦ୍ରୋହୀ ବିଧାୟକଙ୍କ ପ୍ରସଙ୍ଗରେ ନଡ୍ଡା କହିଲେ, ଦଳର ଆକାର ବଢୁଛି। ଅନେକ ଲୋକ ଯୋଗ ଦେଉଛନ୍ତି। ସେମାନେ ଅଫିସ୍‌ ଚଳାଇବାକୁ ଚାହୁଁଥିବାରୁ କେତେକ ଲୋକ ଦଳର ସୀମା ଉଲ୍ଲଂଘନ କରୁଛନ୍ତି। ଫଳରେ ଦଳ କ୍ଷତିଗ୍ରସ୍ତ ହେଉଛି। କିନ୍ତୁ, ଆମେ ଏ କଥା ବିଚାର କରୁଛୁ। ଅବିଳମ୍ବେ ସମାଧାନର ବାଟ ଫିଟିବ।

ହିମାଚଳ ପ୍ରଦେଶରେ ପରାଜୟ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଛନ୍ତି, ପ୍ରତିଦ୍ବନ୍ଦ୍ବିତା ତୀବ୍ର ଥିବା ବେଳେ ଭୋଟ୍‌ ସେୟାର୍‌ ଅନିଶ୍ଚିତ ଅବସ୍ଥାରେ ଥିଲା। ୬% ଅନିଶ୍ଚିତ ଭୋଟ୍‌ ୧%କୁ ଖସି ଆସିବାରୁ ଦଳ କଂଗ୍ରେସଠାରୁ ଅଳ୍ପ ଭୋଟ୍‌ରେ ପରାସ୍ତ ହେଲା।

ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ସମାଲୋଚନା କରି ନଡ୍ଡା କହିଛନ୍ତି ‘ଇଣ୍ଟେଲିଜେନ୍‌ ବ୍ୟୁରୋ’ ‌ରିପୋର୍ଟ ଦେଖାଇ ‘ଆପ୍‌’ ମୁଖ୍ୟ ଗୁଜରାଟବାସୀଙ୍କୁ ବୁଦ୍ଦୁ ବନେଇବାକୁ ଉଦ୍ୟମ କରୁଥିଲେ। ‘ଆପ୍‌’ ଅନେକ ଆସନ‌ରୁ ପ୍ରତିଦ୍ବନ୍ଦ୍ବିତା କରି ଅମାନତ ହରାଇଛି। କିନ୍ତୁ, ସେ କଥା କେହି କହୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe